5T ସଚିବ ଭି.କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାକୁ ଗସ୍ତକୁ ବିରୋଧ କରୁଛନ୍ତି ବିରୋଧୀ। କେଉଁଠି କାରକେଡ୍ ଉପରକୁ ଅଣ୍ଡାମାଡ଼ କରାଯାଉଛି ତ ଆଉ କେଉଁଠି କଳା ବେଲୁନ ଉଡ଼ାଇ ଓ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରାଯାଉଛି। ଆଜି ୫ଟି ସଚିବଙ୍କ ବୌଦ୍ଧ ଜିଲ୍ଲା ଗସ୍ତକୁ ବିରୋଧ କରିଛନ୍ତି ବିଜେପି କର୍ମୀ ।
ଆଜି ସକାଳେ ୫ଟି ସଚିବ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଆମ୍ବଗାଁ ସଭାସ୍ଥଳକୁ ଯିବା ବେଳେ ବିଜେପି କର୍ମୀମାନେ ବାଟରେ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ। ଏହାସହ ସହ ପାଣ୍ଡିଆନ ଗୋବ୍ୟକ ନାରା ଦେଇଥିଲେl। ସେହିପରି ଆମ୍ବଗାଁରେ ହେଉଥିବା ସଭାସ୍ଥଳକୁ ପଶିବାକୁ ଉଦ୍ୟମ କରିଥିଲେ ବିଜେପି କର୍ମୀ। ହେଲେ ପୁଲିସ ସେମାନଙ୍କୁ ଅଟକାଇଥିଲେ।
ସୂଚନାଯୋଗ୍ୟ, ଗତକାଲି ସୁବର୍ଣ୍ଣପୁରରେ 5T ସଚିବଙ୍କ କାର୍କେଡ୍କୁ ଅଣ୍ଡାମାଡ଼ କରାଯାଇଥିଲା। କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଣ୍ଡାମାଡ଼ କରାଯାଇଥିଲା। ପ୍ରଥମେ ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ 5T ସଚିବଙ୍କ ଗସ୍ତକୁ ବିରୋଧ କରିଥିଲେ। ପରେ ତାଙ୍କ କାର୍କେଡ୍ ଉପରକୁ ଅଣ୍ଡାମାଡ଼ କରିଥିଲେ। ସେହି ପରି କିଛି ଦିନ ତଳେ ଜଗତସିଂହପୁରରେ 5T ସଚିବଙ୍କ ଗସ୍ତକୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/eBMwSob
No comments:
Post a Comment