ସଫ ଚମପୟନଶପ: ଶଟ ଆଉଟର ଜତ କରମଗତ ମ ଥର ପଇ ଫଇନଲର ଭରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 1, 2023

ସଫ ଚମପୟନଶପ: ଶଟ ଆଉଟର ଜତ କରମଗତ ମ ଥର ପଇ ଫଇନଲର ଭରତ

ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ବିଜେତା ଭାରତ ସାଫ ଚାମ୍ପିୟନଶିପରେ ନିଜର ଦବଦବା ଜାରି ରଖିଛି। ଯେଉଁ ଲେବାନନକୁ ଭୁବନେଶ୍ୱରରେ ହରାଇ ଭାରତ ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଜିତି ଥିଲା ଏବେ ସେହି ଦଳକୁ ସାପ୍‌ ଚାମ୍ପିୟନଶିପରେ ପୁଣିଥରେ ମାତ୍‌ ଦେଇଛି।

ଶୁଟ ଆଉଟରେ ଲେବାନନକୁ ୪-୨ରେ ହରାଇ ସୁନୀଲ ଛେତ୍ରୀଙ୍କ ଟିମ ଇଣ୍ଡିଆ ସାଫ କପ୍‌ ଫାଇନାଲରେ ପ୍ରବେଶ କରିଛି। ଡିଫେଣ୍ଡିଂ ଚାମ୍ପିୟନ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ସାଫ କପ୍‌ ଜିତିବାର ପ୍ରବଳ ଦାବିଦାର ବନି ଯାଇଛି।

ଚାମ୍ପିୟନଶିପର ଫାଇନାଲ ମ୍ୟାଚ୍‌ ଆସନ୍ତା ୪ ତାରିଖରେ ଖେଳାଯିବ। ଦଳ ଫାଇନାଲରେ କୁଏତକୁ ଭେଟିବ। କୁଏତ ୧-୦ରେ ବାଂଲାଦେଶକୁ ସେମି ଫାଇନାଲରେ ମାତ୍‌ ଦେଇ ଟାଇଟଲ ଲଢ଼େଇରେ ପ୍ରବେଶ କରିଛି।

ଗ୍ରୁପ ପର୍ଯ୍ୟାୟରେ ଭାରତ ଓ କୁଏତ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ଟି ୧-୧ରେ ଡ୍ର ରହିଥିଲା। ତେଣୁ ୪ ତାରିଖ ଫାଇନାଲରେ ଜବରଦସ୍ତ ଲଢ଼େଇ ହେବାର ସମ୍ଭାବନା ରହିଛି।

ସାଫ ଚାମ୍ପିୟନଶିପରେ ଭାରତ ୧୩ତମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ସେହିପରି ଦଳ କ୍ରମାଗତ ୯ମ ଥର ପାଇଁ ଟାଇଟଲ ଟକ୍କର କରିବ। ଦଳ ଏଯାଏ ୮ଥର ଚାମ୍ପିୟନ ହୋଇଥିବା ବେଳେ କେବଳ ୨୦୦୩ରେ ଦଳ ଫାଇନାଲରେ ପ୍ରବେଶ କରି ପାରି ନଥିଲା।

ବାକି ସବୁ ସଂସ୍କରଣରେ ଦଳ ଫାଇନାଲ ଖେଳିଛି। ୧୯୯୩, ୧୯୯୭, ୧୯୯୯, ୨୦୦୫, ୨୦୧୧, ୨୦୧୫ ଓ ୨୦୨୧ରେ ଦଳ ଚାମ୍ପିୟନ ହୋଇଥିଲା। ୧୯୯୫, ୨୦୦୮, ୨୦୧୩ ଓ ୨୦୧୮ରେ ଭାରତକୁ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୨୦୨୩ରେ ଦଳ ପାଖରେ ପୁଣି ଚାମ୍ପିୟନ ହେବାର ସୁଯୋଗ ରହିଛି।

ଶନିବାର ମ୍ୟାଚ୍‌ କଥା ବିଚାରକୁ ନେଲେ ୧୨୦ ମିନିଟର ଖେଳ ପରେ କୌଣସି ଦଳ ଗୋଲ ସ୍କୋର କରିପାରି ନଥିଲେ। ଫଳରେ ପେନାଲ୍ଟି ଶୁଟ ଆଉଟ ହୋଇଥିଲା। ଭାରତ ପକ୍ଷରୁ ଶୁଟ ଆଉଟରେ ସୁନୀଲ ଛେତ୍ରୀ, ଅନୱର ଅଲୀ, ମହେଶ ସିଂହ ଓ ଉଦାନ୍ତ ସିଂହ ଗୋଲ ସ୍କୋର କରିଥିଲେ। ସେହିପରି ଲେବାନନ ପାଇଁ ୱାଲିଦ ଶୌର ଓ ମହମ୍ମଦ ସାଡେକ ହିଁ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଥିଲେ।

ଭାରତର ଗୋଲକିପର ଗୁରପ୍ରୀତ ସାନ୍ଧୁ ବେଶ ଚମତ୍କାର ଢଙ୍ଗରେ ହାସନ ମାଟୌକଙ୍କ ଶଟ୍‌କୁ ସେଭ କରିଥିବା ବେଳେ ଖଲିଲ ବାଦ୍ରେଙ୍କ ଶଟ କ୍ରସ ବାର୍‌ ଉପରେ ଚାଲି ଯାଇଥିଲା। ଫଳରେ ଭାରତ ୪-୨ରେ ମ୍ୟାଚ୍‌ ଜିତି କ୍ରମାଗତ ୯ମଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/haNC7M8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages