ପୃଥିବୀ ନିକଟରୁ ବିଦାୟ ନେଲା ଚନ୍ଦ୍ରୟାନ-୩। ଆଜିଠାରୁ ପୃଥିବୀ କକ୍ଷପଥକୁ ଛାଡ଼ି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଜୁଲାଇ ୧୪ରେ ଉତକ୍ଷେପଣ ପରଠୁ ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରୁଥିବା ଚନ୍ଦ୍ରୟାନର ସଫଳ ହୋଇଛି ଟ୍ରାନ୍ସ ଲୁନାର ଇଞ୍ଜେକ୍ସନ ପ୍ରକ୍ରିୟା ବା-TLI ।
ଗତରାତି ୧୨ଟାରୁ ୧ଟା ମଧ୍ୟରେ ଏହି ପ୍ରକ୍ରିୟାକୁ ସୁଚାରୁ ରୂପେ ସଂପାଦନ କରିଥିଲା ଇସ୍ରୋ। ଏଥିପାଇଁ ୨୮ରୁ ୩୦ମିନିଟ୍ ପାଇଁ ଚନ୍ଦ୍ରୟାନ-୩ରେ ଥିବା ପ୍ରପଲ୍ସନ ମଡ୍ୟୁଲର ଥ୍ରଷ୍ଟରକୁ ସକ୍ରିୟ କରାଯାଇଥିଲା। ଯାହା ଫଳରେ ଗତିପଥର ଦିଗ ପରିବର୍ତ୍ତନ ଘଟି ଏହା ଚନ୍ଦ୍ର ଅଭିମୁଖେ ଆଗେଇଛି।
ପୂର୍ବରୁ ସ୍ପେଶକ୍ରାଫ୍ଟର ବେଗ ସେକେଣ୍ଡ ପ୍ରତି ୧୦.୩ କିଲୋମିଟର ଥିବା ବେଳେ, ଥ୍ରଷ୍ଟର ସକ୍ରିୟ ହେବା ପରେ ଏହାର ବେଗ ସେକେଣ୍ଡ ପ୍ରତି ଆଉ ୫ଶହ ମିଟର ବଢ଼ିଛି।
ପୃଥିବୀରୁ ଚନ୍ଦ୍ରର ହାରାହାରି ଦୂରତା ୩.୮ ଲକ୍ଷ କିଲୋମିଟର ହୋଇଥିବା ବେଳେ, ଅଗଷ୍ଟ ୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରୟାନ-୩। ଅଗଷ୍ଟ ୨୩ ଆଡ଼କୁ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି।
ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଚରଣ କରିବ ବୋଲି ଆଶା ରଖିଛି ଇସ୍ରୋ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/8kqZGlJ
No comments:
Post a Comment