ହାଇୱେ କାମ ବେଳେ ଖସିଲା ଜିରିଡର ଲଞ୍ଚିଂ ମେସିନ, ଆଖି ବୁଜିଲେ ୧୬ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 31, 2023

ହାଇୱେ କାମ ବେଳେ ଖସିଲା ଜିରିଡର ଲଞ୍ଚିଂ ମେସିନ, ଆଖି ବୁଜିଲେ ୧୬ ଶ୍ରମିକ

ଏମିତି ବି ଆସେ ମୃତ୍ୟୁ। ସାମନାରୁ ନୁହେଁ ଉପରୁ ଖସିଲା ମୃତ୍ୟୁ। ଆଉ ଆଖି ପିଛୁଳାକେ ନେଇଗଲା ୧୬ ଜୀବନ । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ମହାରାଷ୍ଟ୍ରର ସାହାପୁରରେ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଘଟିଛି।

ହିନ୍ଦୁ ହୃଦୟ ସମ୍ରାଟ ବାଲସାହେବ ଠାକରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ନାମରେ ନାମିତ ହୋଇଥିବା ସମୃଦ୍ଧି ରାଜମାର୍ଗ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଜାତୀୟ ରାଜପଥର ଲମ୍ବା ୭୦୧ କିମି ହୋଇଥିବା ବେଳେ ଏହା ମୁମ୍ବାଇକୁ ନାଗପୁର ସହ ସଂଯୋଗ କରିବ।

ଏହି ରାଜପଥ କାମରେ ନିୟୋଜିତ ଜିରିଡର ଲଞ୍ଚିଂ ମେସିନ୍ ଅଚାନକ ଭାବେ ଗତକାଲି ତଳେ କାମ କରୁଥିବା ଶ୍ରମିକଙ୍କ ଉପରେ ଖସି ପଡ଼ିଲା। ଏହି ମେସିନ ଓଜନ ଅତ୍ୟଧିକ ଥିବାରୁ ଉକ୍ତ ସମୟରେ ତଳେ ଥିବା ବହୁ ଶ୍ରମିକ ଏହା ତଳେ ଚାପି ହୋଇ ଯାଇଥିଲେ।

ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ ବି ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରି ନ ଥିଲା। ଏହାପରେ ତୁରନ୍ତ ଏନଡିଆରଏଫର ୨ଟି ଟିମ୍‌ ଘଟଣାସ୍ଥଳକୁ ପଠା ଯାଇଥିଲା। ସେମାନେ ମେଶିନ ତଳୁ ୧୬ ମୃତଦେହ ବାହାର କରିଥିବା ବେଳେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ମେସିନ ତଳେ ଆହୁରି କିଛି ମୃତଦେହ ଥିବା ଅନୁମାନ କରାଯାଉଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

ଏହି ମେସିନ ବ୍ୟବହାର ମୁଖ୍ୟତଃ ଜାତୀୟ ରାଜପଥ ଓ ହାଇ-ସ୍ପିଡ ରେଳ ବ୍ରିଜ ନିର୍ମାଣରେ ବ୍ୟବହୃତ ହୋଇଥାଏ। ତେଣୁ ଉକ୍ତ ମେସିନ ତଳୁ ସମସ୍ତ ମୃତଦେହ ବାହାର କରିବା ଏନଡିଆରଏଫ ପାଇଁ ଚ୍ୟାଲେଞ୍ଜ ପାଲଟିଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/645hosS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages