ଏନ୍‌ଡିଏକୁ ଫେରିଲେ ପୂର୍ବତନ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 16, 2023

ଏନ୍‌ଡିଏକୁ ଫେରିଲେ ପୂର୍ବତନ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର

ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଫେରିଲେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କ ଦଳ ସୁହେଲଦେବ ଭାରତୀୟ ଜନତା ପାର୍ଟି (SBSP) ଏନ୍‌ଡିଏରେ ସାମିଲ ହୋଇଛି।

ଓମ୍ ପ୍ରକାଶ ରାଜଭର ଏକ ଫଟୋ ଟ୍ୱିଟ୍ କରିଛନ୍ତି। ଏଥିରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଅଛନ୍ତି। ଏହି ଟ୍ୱିଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜଭର ଏଥିରେ ଲେଖିଛନ୍ତି, SBSP ଏବେ ଏନ୍‌ଡିଏରେ ସାମିଲ ହୋଇଛି। ବିଜେପି ଏବଂ SBSP ସାମାଜିକ ନ୍ୟାୟ, ଦେଶର ନିରାପତ୍ତା ତଥା ଉତ୍ତମ ଶାସନରୁ ବଞ୍ଚିତ, ଦଳିତ, ପଛୁଆ ବର୍ଗ, ମହିଳା, କୃଷକ, ଯୁବକ ଏବଂ ସମାଜର ସମସ୍ତ ଦୁର୍ବଳ ବର୍ଗର ସଶକ୍ତିକରଣ ପାଇଁ ଲଢ଼ିବେ।

ଅମିତ ଶାହ କହିଛନ୍ତି, ରାଜଭରଙ୍କ ପ୍ରତ୍ୟାବର୍ତ୍ତନ ଫଳରେ ଉତ୍ତର ପ୍ରଦେଶରେ ଏନ୍‌ଡିଏ ଆହୁରି ମଜବୁତ ହେବ। 

ଓମ୍ ପ୍ରକାଶ ରାଜଭର ଜୁଲାଇ ୧୮ ତାରିଖରେ ହେବାକୁ ଥିବା ଏନ୍‌ଡିଏର ବୈଠକରେ ଯୋଗ ଦେବେ। ଉତ୍ତର ପ୍ରଦେଶରେ ରାଜଭର ସଂପ୍ରଦାୟର ଏକ ଭଲ ସଂଖ୍ୟା ରହିଛି। ସେମାନଙ୍କ ଉପରେ ଓମ୍‌ ପ୍ରକାଶ ରାଜଭରଙ୍କ ଭଲ ପ୍ରଭାବ ରହିଛି। 

୨୦୧୭ରେ ବିଜେପି ସହିତ ମେଣ୍ଟ କରି SBSP ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଓମ ପ୍ରକାଶ ରାଜଭର ମନ୍ତ୍ରୀ ମଧ୍ୟ ଥିଲେ। ତେବେ ମେଣ୍ଟ ବିରୋଧୀ କାର୍ଯ୍ୟ ଯୋଗୁ ତାଙ୍କୁ ୨୦୧୯ରେ ବାହାର କରି ଦିଆଯାଇଥିଲା। 

୨୦୨୨ରେ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିଥିଲା ଓମ୍ ପ୍ରକାଶ ରାଜଭରଙ୍କ SBSP। ତେବେ ଗତବର୍ଷ ଜୁଲାଇ ମାସରେ ସମାଜବାଦୀ ପାର୍ଟି ସହିତ ସଂପର୍କ ଛିନ୍ନ କରିଥିଲେ ଓମ୍ ପ୍ରକାଶ ରାଜଭାର। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/vptIhHw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages