ଦକ୍ଷିଣ କୋରିଆରେ ଲଗାତାର କିଛି ଦିନ ଧରି ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ, ବନ୍ୟା ଓ ଅନ୍ୟାନ୍ୟ ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ନିଖୋଜ ଅଛନ୍ତି।
ଆଭ୍ୟନ୍ତରୀଣ ଓ ସୁରକ୍ଷା ମନ୍ତ୍ରଣାଳୟ ଏକ ରିପୋର୍ଟ ଅନୁସାରେ ଦକ୍ଷିଣ କୋରିଆରେ ଶନିବାର ପ୍ରବଳ ବର୍ଷା ଯୋଗୁଁ ଘର ଭୁଶୁଡ଼ି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଭୂସ୍ଖଳନ ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। କିନ୍ତୁ ମନ୍ତ୍ରଣାଳୟ ପକ୍ଷରୁ ଅନ୍ୟ ମୃତକଙ୍କ ମୃତ୍ୟୁର କାରଣ ବାବଦରେ ରିପୋର୍ଟ କରାଯାଇ ନାହିଁ। ସମସ୍ତ ମୃତକ କେନ୍ଦ୍ରୀୟ ଏବଂ ଦକ୍ଷିଣ ପୂର୍ବ ଅଞ୍ଚଳ। ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ଗୁରୁବାରଠାରୁ ୧୦ ଜଣ ନିଖୋଜ ଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି।
ଦକ୍ଷିଣ କୋରିଆରେ ଜୁଲାଇ ୯ରୁ ଲଗାଣ ବର୍ଷା ଜାରି ରହିଛି। ଫଳରେ ୨୦୦ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ବିମାନ ଓ ଟ୍ରେନ ଚଳାଚଳ ବାତିଲ ହୋଇଛି। ବିଦ୍ୟୁତ୍ ସେବା ମଧ୍ୟ ବିଚ୍ଛିନ୍ନ ହୋଇଛି। ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକେ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ୫ ହଜାର ୫୭୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/3DxCSUs
No comments:
Post a Comment