ଭାରତର ବୃହତ ବିଜୟ, ଇନିଂସ ଓ ୧୪୧ ରନ୍‌ରେ ୱେଷ୍ଟଇଣ୍ଡିଜ ପରାସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 14, 2023

ଭାରତର ବୃହତ ବିଜୟ, ଇନିଂସ ଓ ୧୪୧ ରନ୍‌ରେ ୱେଷ୍ଟଇଣ୍ଡିଜ ପରାସ୍ତ

ଅଶ୍ୱିନଙ୍କ ସ୍ପିନ୍ ଯାଦୁ ଆଗରେ ଚିତପଟାଙ୍ଗ ୱେଷ୍ଟଇଣ୍ଡିଜ୍। ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ବାଜି ମାରିଛି ଟିମ୍ ଇଣ୍ଡିଆ। ଇନିଂସ  ଓ ୧୪୧ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି ଭାରତ। ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ମାତ୍ର ୧୫୦ ରନ୍ କରିଥିବା ବେଳେ ଭାରତ ୫ ୱିକେଟ ହରାଇ ୪୨୧ ରନ୍ କରି ପାଳି ଘୋଷଣା କରିଥିଲା। ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ୧୩୦ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।    

ଗତକାଲି ଭାରତୀୟ ଟିମ୍ ୩୧୨ ରନ୍‌ରୁ ତା’ର ପ୍ରଥମ ଇନିଂସକୁ ଆଗକୁ ବଢ଼ାଇଥିଲା। ଯଥାକ୍ରମେ ୧୪୩ ଓ ୩୬ ରନ୍ କରି ଅପରାଜିତ ଥିବା ଯଶସ୍ୱୀ ଜୈସ୍ୱାଲ ଓ ବିରାଟ କୋହଲି ସ୍କୋରକୁ ଆଗକୁ ନେଇଥିଲେ। ଗତକାଲି ଆଉ ୨୮ ରନ୍ କରିବା ପରେ ଆଉଟ୍ ହୋଇଥିଲେ ଯଶସ୍ୱୀ। ସେ ୧୭୧ ରନ୍ କରି କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିଭଳି ବିରାଟ କୋହଲି ୧୮୨ଟି ବଲ୍‌ରୁ ୭୬ ରନ୍ କରି ଆଉଟ୍ ହୋଇଥିଲେ। ଆଜିଙ୍କ୍ୟ ରାହାଣେ ମାତ୍ର ୩ ରନ୍ କରିବାକୁ ସକ୍ଷମ ହୋଇଥିଲେ। ରବୀନ୍ଦ୍ର ଜାଡେଜା ୩୭ ଓ ଈଶାନ କିଷନ ୧ ରନ୍ କରି ଅପରାଜିତ ଥିବା ବେଳେ ଦଳ ପକ୍ଷରୁ ଇନିଂସ ଘୋଷଣା କରାଯାଇଥିଲା। ସେତେବେଳକୁ ଦଳ ୫ ୱିକେଟ ହରାଇ ୪୨୧ ରନ୍ କରିଥିଲା ଓ ୱେଷ୍ଟଇଣ୍ଡିଜ ଠାରୁ ୨୭୧ ରନ୍‌ରେ ଆଗୁଆ ଥିଲା। 

ୱେଷ୍ଟଇଣ୍ଡିଜ୍ ପକ୍ଷରୁ କିମର ରୋଚ୍, ଅଲଜାରୀ ଯୋଶେଫ, ରାହକିମ କର୍ଣ୍ଣୱାଲ, ଜୋମେଲ ୱାରିକାନ ଓ ଆଲିକ ଆଥାଞ୍ଜି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। 

ୱେଷ୍ଟଇଣ୍ଡିଜର ଦ୍ୱିତୀୟ ପାଳି ୧୩୦ ରନ୍‌ରେ ସୀମିତ ରହିଥିଲା। ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ଇନିଂସରେ ୭ଟି ୱିକେଟ ନେଇଥିଲେ। ୱେଷ୍ଟଇଣ୍ଡିଜର ଜଣେ ବ୍ୟାଟର ଖାତା ଖୋଲି ପାରି ନଥିବା ବେଳେ ଆଉ ୪ ଜଣ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଆଲିକ ଆଥାଞ୍ଜି ସର୍ବାଧିକ ୨୮ ରନ୍ କରିଥିଲେ।

ପ୍ରଥମେ ଆଉଟ୍ ହୋଇଥିଲେ ଓପନିଂ କରିବାକୁ ଆସିଥିବା ତେଜନାରାୟଣ ଚନ୍ଦରପଲ। ସେ ୭ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଏହା ପରେ ଅନ୍ୟତମ ଓପନର କ୍ରେଗ ବ୍ରାଥୱେଟଙ୍କ ୱିକେଟ ନେଇଥିଲେ ଅଶ୍ୱିନ। ବ୍ରାଥୱେଟ ମଧ୍ୟ ୭ ରନ୍ କରି ଆଉଟ୍ ହୋଇଥିଲେ। ରେମନ ରିଫର ଓ ଜର୍ମେନ ବ୍ଲାକଉଡ୍ ବି ଅଧିକ ସମୟ ରହିପାରି ନଥିଲେ। ସେମାନେ ଯଥାକ୍ରମେ ୧୧ ଓ ୫ ରନ୍ କରି ଆଉଟ୍ ହୋଇଯାଇଥିଲେ। 

ମାତ୍ର ୩୦ ରନ୍‌ରେ ଘରୋଇ ଦଳ ୪ଟି ୱିକେଟ ହରାଇବା ପରେ ଆଲିକ ଆଥାଞ୍ଜି ଓ ଜୋଶୁଆ ଡା ସିଲ୍‌ଭା କ୍ରିଜ୍‌ରେ ରହିବାକୁ ପ୍ରୟାସ କରିଥିଲେ। ତେବେ ମହମ୍ମଦ ସିରାଜ ସେମାନଙ୍କୁ ପାର୍ଟନରଶିପ କରିବାକୁ ଦେଇ ନଥିଲେ। ଜୋଶୁଆ ୧୩ ରନ୍ କରିଥିବା ବେଳେ ସିରାଜଙ୍କ ବଲରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। 

ଜାଶନ ହୋଲଡର ୫୦ ବଲରୁ ୨୦ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ, କିନ୍ତୁ ଅନ୍ୟପଟେ ଦଳର ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ିଥିଲା। ଆଲିକ ଆଥାଞ୍ଜି ଓ ଅଲଜାରୀ ଜୋଶେଫଙ୍କୁ ଅଶ୍ୱିନ ଆଉଟ୍ କରିଥିଲେ। ଉଭୟ କ୍ୟାଚ୍ ଆଉଟ ହୋଇଥିଲେ। ରହକିମ କର୍ଣ୍ଣୱାଲ ୪ ରନ୍ କରିଥିବା ବେଳେ ଅଶ୍ୱିନଙ୍କ ବଲ୍‌ରେ ଶୁବମନ ଗିଲଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। କିମାର ରୋଚ୍ ଖାତା ଖୋଲି ପାରି ନଥିଲେ। ଅଶ୍ୱିନ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ଜୋମେଲ ୱାରିକାନ ୧୮ଟି ବଲ୍‌ରୁ ୧୮ ରନ୍ କରିଥିବା ବେଳେ ଅଶ୍ୱିନଙ୍କ ଦ୍ୱାରା ଏଲ୍‌ବଡବ୍ଳ୍ୟୁ ହୋଇଥିଲେ।   

ଅଶ୍ୱିନ ଏହି ଟେଷ୍ଟରେ ଅଷ୍ଟମ ଥର ପାଇଁ ୧୦ ବା ତା’ଠୁ ଅଧିକ ୱିକେଟ୍‌ ହାସଲ କରିବାର ସଫଳତା ଅର୍ଜନ କରିଛନ୍ତି। ପଦାର୍ପଣରେ ଶତକ ମାରିଥିବା ଯଶସ୍ୱୀ ଜୈସ୍ୱାଲଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/5E67ud3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages