ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ, ୫ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 15, 2023

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ, ୫ ଗୁରୁତର

ଉତ୍ତର ପ୍ରଦେଶର ମେରଠ ଜିଲ୍ଲାର ରାଲି ଚୌହାନ ଗାଁରେ ଶନିବାର ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୫ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ଆଉ ୫ ଜଣ କାଉଡ଼ିଆ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି କାଉଡ଼ିଆମାନେ ଜଳଲାଗି ପାଇଁ ହରିଦ୍ୱାରରୁ ଗଙ୍ଗା ନଦୀରୁ ପାଣି ନେଇ ଗାଡ଼ିରେ ଆସୁଥିଲେ। ସେମାନଙ୍କ ଗାଡ଼ି ରାଲି ଚୌହାନ ଗାଁ ଅତିକ୍ରମ କରୁଥିବା ବେଳେ ତାହା ତଳକୁ ଓହଳି ରହିଥିବା ଏକ ୧୧ କେଭି ବିଦ୍ୟୁତ୍ ତାରରେ ଘସି ହୋଇଯାଇଥିଲା।

ବିଦ୍ୟୁତ୍ ଝଟକାରେ ମନୀଷ ନାମକ ଜଣେ କାଉଡ଼ିଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ୪ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ୫ ଗୁରୁତରଙ୍କୁ ପୃଥକ ପୃଥକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଏହି ଘଟଣା ପରେ ରାଲି ଚୌହାନ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁ ଏହି ଘଟଣା ଘଟିଥିବା ସେମାନେ ଅଭିଯୋଗ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତ ବିଦ୍ୟୁତ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି କରିଥିଲେ। 

ଗତ ମାସରେ ରଥଯାତ୍ରା ଦିନ ତ୍ରିପୁରାର ଉନାକୋଟି ଜିଲ୍ଲାରେ ଏକ ରଥ ଉଚ୍ଚ କ୍ଷମତା ସଂପନ୍ନ ଏକ ବିଦ୍ୟୁତ୍ ତା’ର ସଂସ୍ପର୍ଶ ଆସିଯିବାରୁ ୨ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/BQ6Mi8m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages