ପଣ ସମନକ ଆସଲ ଆଦବସ ନରଯତନ ଘଟଣ; ମଧୟପରଦଶର ଭଇଙକ ବନଧ ପଟଲ ଯବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 8, 2023

ପଣ ସମନକ ଆସଲ ଆଦବସ ନରଯତନ ଘଟଣ; ମଧୟପରଦଶର ଭଇଙକ ବନଧ ପଟଲ ଯବକ

ମଧ୍ୟପ୍ରଦେଶରେ ଦଳିତଙ୍କ ଉପରେ ଆକ୍ରମଣ ଘଟଣା ଥମିବା ନାଁ ଧରୁନି। ସିଧି ଜିଲ୍ଲାରେ ଜଣେ ଆଦିବାସୀଙ୍କ ଉପରେ ଜଣେ ଯୁବକ ପରିସ୍ରା କରିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର କାରଣ ପାଲଟିଥିବା ବେଳେ ଏବେ ଇନ୍ଦୋରରେ ଆଦିବାସୀ ସମ୍ପ୍ରଦାୟର ୨ ଭାଇଙ୍କୁ ଦିଆଯାଇଛି ଅସହ୍ୟ ନିର୍ଯାତନା । ଏକ ସାମାନ୍ୟ ଘଟଣାକୁ ନେଇ ୩ ଯୁବକ ଏହି ଦୁଇ ଭାଇଙ୍କୁ ବାନ୍ଧି ପ୍ରାୟ ୮ ଘଣ୍ଟା କାଳ ପିଟିଥିବା ଜଣାଯାଇଛି। ଖବର ପାଇ ପୁଲିସ୍‌ ୩ ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି।

ଏହି ଘଟଣା ରାଓ ଥାନା ଅଞ୍ଚଳରେ ଘଟିଛି। ଧାର ଜିଲ୍ଲାର ମଣ୍ଡଳ କ୍ଷେତ୍ରରେ ରହୁଥିବା ୨ ଭାଇ ଇନ୍ଦୋରରେ ଦିନ ମଜୁରିଆ ଭାବେ କାମ କରନ୍ତି। ଶୁକ୍ରବାର ସନ୍ଧ୍ୟାରେ ଦୁଇ ଭାଇ ବାଇକ୍‌ରେ ଘରକୁ ଫେରୁଥିଲେ। ବାଟରେ ବର୍ଷା ହେବାରୁ ସେମାନଙ୍କ ବାଇକ୍‌ ଗଳି ପଡ଼ିଲା। ଉକ୍ତ ସମୟରେ ସେହି ବାଟରେ ଯାଉଥିବା ୩ ଯୁବକ ସୁମିତ ଚୌଧୁରୀ, ଜୟପାଳ ସିଂ ବଘେଲ ଓ ପ୍ରେମସିଂ ପରମାରଙ୍କର ସେମାନଙ୍କ ସହ ଗଣ୍ଡଗୋଳ ହେଲା।

ଏହାପରେ ଉକ୍ତ ୩ ଯୁବକ ଏହି ଦୁଇ ଭାଇଙ୍କୁ ନିକଟସ୍ଥ ଗାର୍ଡ ରୁମ୍‌କୁ ଟେକି ନେଇଥିଲେ। ସେଠାରେ ସେମାନେ ଉଭୟଙ୍କୁ ବାନ୍ଧି ୮ ଘଣ୍ଟା କାଳ ନିର୍ଧୂମ ପିଟିଥିଲେ।

ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୨ ଭାଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ୍‌ ବାନ୍ଧି ଦେଇଛି। ଏପରି ଘଟଣାକୁ ବରଦାସ୍ତ କରାଯିବନି ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କଡ଼ା ଚେତାବନୀ ସତ୍ତ୍ୱେ ବାରମ୍ବାର ଏହି ଘଟଣା ଘଟି ଚାଲିଛି।

କିଛି ଦିନ ତଳେ ପ୍ରବେଶ ଶୁକ୍ଳା ନାମକ ଯୁବକ ସିଧି ଜିଲ୍ଲାରେ ଆଦିବାସୀ ଶ୍ରମିକ ରାୱତଙ୍କ ଉପରେ ପରିସ୍ରା କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ତାକୁ ଗିରଫ କରିଥିଲା। ତା’ ବିରୋଧରେ ଏନଏସ୍‌ଏ ଲାଗିଛି। ପ୍ରଶାସନ ପ୍ରବେଶ ଶୁକ୍ଳାର ବେଆଇନ ଘର ଉପରେ ମଧ୍ୟ ବୁଲଡୋଜର ଚଢ଼ାଇ ଦେଇଛି। ଏହାପରେ ବି ଏପରି ଘଟଣା ଘଟି ଚାଲିଛି ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/sWfQvdO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages