ପୁଣେରୁ ଦୁଇ ଦିନ ତଳେ ଗିରଫ ହୋଇଥିବା ଅଭିଜିତ ସଞ୍ଜୟ ଜୁମ୍ବେରଙ୍କର ଆଇଏସ୍ଆଇ ଏଜେଣ୍ଟଙ୍କ ସହ ଆର୍ଥିକ କାରବାର ମାମଲାର ଖୋଳତାଡ ଜୋରଦାର ହୋଇଛି। ଲିଙ୍କ୍ ଓ ଓଟିପି ଶେଆରିଂ ଘଟଣାର ଖୋଳତାଡ଼ କରୁ କରୁ ପାକିସ୍ତାନ ଲିଙ୍କ୍ ବାହାରିବାରୁ ଏହି ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି NIA ଓ ମୁମ୍ବାଇ ATS ଟିମ୍। ଉଭୟ ଟିମ୍ ମେମ୍ବର ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜୁମ୍ବେରଙ୍କୁ ଘନ ଘନ ଜେରା କରିବା ପରେ ଆଉ କ’ଣ ସତ ପଦାକୁ ଆସୁଛି ତାହା ଉପରେ ସମସ୍ତଙ୍କ ନଜର ।
୨ ଦିନ ପୂର୍ବେ କ୍ରାଇମବ୍ରାଞ୍ଚ ଓ ଏସଟିଏଫ ମୁମ୍ବାଇର ପୁଣେରୁ ଅଭିଜିତ ସଞ୍ଜୟ ଜୁମ୍ବେରଙ୍କୁ ଗିରଫ କରି ଭୁବନେଶ୍ୱର ଆଣିଛନ୍ତି। ଏହାପରେ ତାଙ୍କୁ ୪ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଛି। ଆଜିଠୁ ଉଭୟ NIA ଓ ମୁମ୍ବାଇ ATS ଟିମ୍ ତାଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚାରିବ ବୋଲି ଜଣାଯାଇଛି।
ପୁଣେର ସତାରା ଜିଲ୍ଲାରେ ରହୁଥିବା ଅଭିଜିତ ଏକ ପ୍ରତିଷ୍ଠିତ ସଫ୍ଟୱେର କମ୍ପାନୀ ପାଇଁ କାମ କରୁଥିଲା । ଏଥି ସହ ସେ ଆମେରିକା ୱେବସାଇଟ୍ ଜରିଆରେ ଟଙ୍କା ରୋଜଗାର କରି ଭାରତରେ ରହୁଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ଯୋଗାଉଥିଲେ। ୨୦୧୮ ମସିହାରୁ ସେ ପାକିସ୍ତାନ ସହ ଲିଙ୍କରେ ଥିବା ଜଣାପଡ଼ିଛି।
ଅଭିଜିତ ପ୍ରଥମେ ଡାନିସ ଅଲ୍ଲି ନାମକ ପାକିସ୍ତାନର ଯୁବକ ସହ ଲିଙ୍କରେ ଥିଲେ। । ଏଥିସହ ସେ ପାକିସ୍ତାନ ଆର୍ମିର ଜଣେ ଅଧିକାରୀ ଅବଦୁଲ ହନିସ ଖୁରନ ସହ ବି ଯୋଗାଯୋଗାରେ ଥିଲେ। ପାକିସ୍ତାନ ଇଣ୍ଟେଲଜେନ୍ସି ସହ ଅଭିଜିତଙ୍କର ଆର୍ଥିକ କାରବାର ଥିଲା।
ଅଭିଜିତ ଯୋଗାଉଥିବା ଟଙ୍କାରେ ଭାରତରେ ଲୁଚି ରହୁଥିବା ପାକସ୍ତାନ ଆତଙ୍କବାଦୀ ମାରଣାସ୍ତ୍ର କିଣି ଭାରତରେ ପ୍ରୟୋଗ କରୁଥିଲେ। ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ପାକିସ୍ତାନରୁ ଟଙ୍କା ଆସୁ ନ ଥିବାରୁ ଗୁଇନ୍ଦା ସଂସ୍ଥା ବି କିଛି ଜାଣି ପାରୁ ନ ଥିଲା।
ଇତି ମଧ୍ୟର ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ମୁଖିଆ ଭାରତ ଆସିଥିଲା। ସେ ୟୁପି, ମହାରାଷ୍ଟ୍ର, ପୁଣେ, ଭୁବନେଶ୍ୱରରେ ଥିବା ସ୍ଲିପର ସେଲ୍କୁ ଆକ୍ଟିଭ କରିଥିଲା। ଏହାପରେ ଅଭିଜିତ ଉକ୍ତ ଆତଙ୍କବାଦୀମାନଙ୍କୁ ଟଙ୍କା ଯୋଗାଉଥିଲା।
ଯେତେବେଳେ ଓଡ଼ିଶା ସିମ୍ କାର୍ଡ ପାକିସ୍ତାନରେ ବ୍ୟବହାର ଘଟଣା ସାମାନାକୁ ଆସିଲା ସେତେବେଳେ ଘଟଣାର ଖୋଳତାଡ଼ କରୁ କରୁ ଚାଞ୍ଚଲ୍ୟକର ତଥ୍ୟ ସବୁ ସାମନାକୁ ଆସିବାକୁ ଲାଗିଲା।
ଅଭିଜିତଙ୍କର ପାକିସ୍ତାନ ଇଣ୍ଟେଲିଜେନ୍ସି, ପାକିସ୍ତାନ ଆର୍ମି ସହ ଲିଙ୍କ ଥିବା ତଦନ୍ତରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ କ’ଣ ଆର୍ଥିକ କାରବାର ହୋଇଛି ତାହା ଜାଣିବାକୁ ATS ଓ NIA ଆସି ଭୁବନେଶ୍ୱରରେ ପହଞ୍ଚିଛି। ଆର୍ଥିକ କାରବାର ଓ ଟେରୋରିଷ୍ଟ ଗ୍ରୁପ୍ ସହ ଅଭିଜିତଙ୍କର କ’ଣ ଲିଙ୍କ , ସେ କ’ଣ କ’ଣ ତଥ୍ୟ ଶେଆର କରିଛନ୍ତି ତାହା ଜାଣିବାକୁ ତଦନ୍ତ ଚାଲିଛି।
ଅଭିଜିତ ୭ରୁ ଅଧିକ ପାକିସ୍ତାନୀ ନାଗରିକଙ୍କ ସମେତ ୧୦ରୁ ଅଧିକ ନାଇଜେରିଆ ନାଗରିକଙ୍କ ସହ ଯୋଗାଯୋଗରେ ଥିଲେ। ସେମାନଙ୍କୁ ସେ କେଉଁ ପ୍ରକାର ସହାୟତା ତଥା ତଥ୍ୟ ଯୋଗାଉଥିଲେ ତାହାର ତଦନ୍ତ ହେବ ବୋଲି ଜଣାପଡ଼ିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Monx2zu
No comments:
Post a Comment