କୁଆଖାଇ ଟ୍ରାଜେଡି: ଆଉ ୨ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 11, 2023

କୁଆଖାଇ ଟ୍ରାଜେଡି: ଆଉ ୨ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ଗତକାଲିଠୁ ନିଖୋଜ ଥିବା ୨ ଯୁବକଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି।  ଫଳରେ ମୃତକଙ୍କ ସମୁଦାୟ ସଂଖ୍ୟା ୪ରେ ପହଞ୍ଚିଛି। ମୃତକ ହେଲେ ଆର୍ଯ୍ୟନ, ଅଭିନାଶ, ରୋହିତ ଏବଂ ପ୍ରତୀକ। ଆର୍ଯ୍ୟନଙ୍କ ଘର ଜାମସେଦପୁରରେ ହୋଇଥିବା ବେଳେ ରୋହିତଙ୍କ ଘର ବାଲେଶ୍ୱରରେ । ଅଭିନାଶ ଏବଂ ପ୍ରତୀକଙ୍କ ଘର କଟକରେ ବୋଲି ଜଣାଯାଇଛି।

ଅଗ୍ନିଶମବାହିନୀ, ଭୁବନେଶ୍ୱର ଷ୍ଟ୍ରାଇକିଂ ଫୋର୍ସ ଏବଂ ଓଡ୍ରାଫ୍ର ୩୦ ଜଣ ଉଦ୍ଧାରକାରୀ ଟିମ ସହାୟତାରେ ୨ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ୨ ଜଣ ସ୍କୁବା ଡାଇଭର ମଧ୍ୟ ସାମିଲ ହୋଇଥିଲେ ।  

ଗତକାଲି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାସ୍ଥିତ ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ୮ ଛାତ୍ର ସାଙ୍ଗ ଧବଳହାର ନିକଟକୁ ଭୋଜି କରିବାକୁ ଯାଇଥିଲେ। ଭୋଜି ଚାଲିଥିବା ସମୟରେ ସେମାନେ ଗାଧୋଇବାକୁ ନଦୀକୁ ଯାଇଥିଲେ। ନଦୀରେ ବର୍ଷା ପାଣି ପୂରିଥିବାରୁ ସାମାନ୍ୟ ସୁଅ ମଧ୍ୟ ଥିଲା। କୌଣସି କାରଣରୁ ୮ ଜଣ ଗାଧୋଉଥିବା ବେଳେ ସେଥିରୁ ୪ ଜଣ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଖୋଜାଖୋଜି କରିଥିଲେ। ହେଲେ ପାଣିରୁ କାହାରି ବି ପତ୍ତା ନ ପାଇବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ କର୍ମଚାରୀ ବହୁ ଖୋଜାଖୋଜି ପରେ ଗତକାଲି ଜାମସେଦ୍‌ପୁରର ଆର୍ଯ୍ୟନ୍, କଟକର ଅବିନାଶଙ୍କ ମୃତଦେହ ଉଦ୍ଧାର କରିଥିଲେ । ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି ସତ୍ତ୍ୱେ ରୋହିତ ଓ ପ୍ରତିକଙ୍କ ପତ୍ତା ମିଳି ପାରି ନ ଥିଲ।

ଆଜି ସକାଳେ ପୁଣି ଥରେ ଅଗ୍ନିଶମ ବାହିନୀ କର୍ମଚାରୀ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଉଭୟ ମୃତଦେହ ଉଦ୍ଧାର କରିଛନ୍ତି। ଫଳରେ କୁଆଖାଇରେ ବୁଡ଼ି ଯାଇଥିବା ସମସ୍ତ ୪ ଜଣ ଛାତ୍ରଙ୍କ ମୃତଦେହକୁ ଉଦ୍ଧାର କରାଯାଇ ସାରିଛି।

ହେଲେ ଅଦ୍ୟାବଧୀ କଲେଜ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ଉତ୍ତେଜନା ଦେଖାଦେଇଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/lmhweMt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages