ଭାରତୀୟ କୁସ୍ତି ମହାସଂଘର ପୂର୍ବ ପ୍ରମୁଖ ଓ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ପିଛା ଛାଡ଼ୁନି ବିବାଦ । ମହିଳା ରେସଲରଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ମାମଲାରେ ବ୍ରିଜଭୂଷଣ ଶରଣ ସିଂଙ୍କ ନାମର ଚାର୍ଜସିଟ୍ ଦାଖଲ ହୋଇଛି। ଏନେଇ ବ୍ରିଜଭୂଷଣ ଶରଣ ସିଂଙ୍କୁ ପଚରାଉଚରା କରୁଥିବା ଜଣେ ସାମ୍ବାଦିକାଙ୍କୁ ସେ ଅସଦ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଏପରିକି ସେ ସାମ୍ବାଦିକାଙ୍କ ମାଇକ୍ ଓ କ୍ୟାମେରାକୁ ଟଣାଓଟରା କରି ଭଙ୍ଗାରୁଜା କରିଦେଇଥିବା ଜଣାଯାଇଛି।
ଏହା ଗତକାଲିର ଘଟଣା ବୋଲି ଜଣାଯାଇଛି। ବ୍ରିଜ ଭୂଷଣ ଦିଲ୍ଲୀ ଏୟାରପୋର୍ଟରୁ ଫେରୁଥିବା ବେଳେ ସାମ୍ବାଦିକାଜଣକ ତାଙ୍କ ନିକଟକୁ ଯାଇ ଯୌନ ଉତ୍ପୀଡ଼ନ ସଂକ୍ରାନ୍ତୀୟ ପ୍ରଶ୍ନ ପଚାରିବାକୁ ଲାଗିଲେ। ଏପରିକି ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ସତ କି ନୁହେଁ ବୋଲି ସେ ପ୍ରଶ୍ନ ପଚାରିଥିଲେ। ଏଥିସହ ଏତେ ଅଭିଯୋଗ ପରେ ବି ପାର୍ଟି କାହିଁକି ତାଙ୍କୁ ବିତାଡ଼ିତ କରୁନି ବୋଲି କହିଥିଲେ । ଏଥିରେ ବ୍ରିଜ ଭୂଷଣ ଭଡ଼କି ଯାଇ ସମ୍ପୃକ୍ତା ମହିଳା ସାମ୍ବାଦିକାଙ୍କୁ ଅସଦ ବ୍ୟବହାର ପ୍ରଦର୍ଶନ କରିଥିଲେ।
ସେ ସାମ୍ବାଦିକାଙ୍କ ପ୍ରଶ୍ନର ଉତ୍ତର ନ ନେଇ ନିଜ କାର୍ ଡୋରକୁ ଜୋରରେ ବନ୍ଦ କରି ଦେଇଥିଲେ। ଏଥିରେ ଉକ୍ତ ସାମ୍ବାଦିକାଙ୍କ ମାଇକ୍ ଓ କ୍ୟାମେରା ଭାଙ୍ଗି ଯାଇଥିବା ଜଣାଯାଇଛି।
ସୂଚନା ଥାଉକି, ବ୍ରିଜଭୂଷଣଙ୍କ ବିରୋଧରେ ବେଶ ଜଣାଶୁଣା ପ୍ରାୟ ୬ ଜଣ ମହିଳା ରେସଲର ଯୌନ ନିର୍ଯାତନା ଅଭିଯୋଗ ଲଗାଇଛନ୍ତି। ଜୁନ୍ ୨ ତାରିଖରେ ଦିଲ୍ଲୀ ପୁଲିସ ବ୍ରିଜ୍ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଦୁଇଟି ଏତଲାରେ ୧୦ ଜଣଙ୍କ ଅଭିଯୋଗ ଗ୍ରହଣ କରିଥିଲା। ଯାହାକୁ ଭିତିକରି ପୁଲିସ ୬ ଥର ସାଂସଦ ହୋଇଥିବା ବ୍ରିଜ୍ଭୂଷଣଙ୍କ ବିରୋଧରେ ଜୁନ୍ ୧୫ ତାରିଖରେ ବିଭିନ୍ନ ଦଫା ଲଗାଇ ତଦନ୍ତ ସହ ଚାର୍ଜସିଟି ପ୍ରସ୍ତୁତ କରିଥିଲା।
ଏପ୍ରିଲ ୨୧ ତାରିଖରେ ୭ ଜଣ ମହିଳା ରେସଲରଙ୍କ ସମେତ ଜଣେ ନାବାଳିକା ଭିନ୍ନଭିନ୍ନ ଭାବେ ବ୍ରିଜ୍ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ। ପରେ ପୁଲିସ ଏତଲା ରୁଜୁ କରୁନଥିବା ଅଭିଯୋଗ କରି ଏହି ନିର୍ଯାତିତ ମହିଳା ରେସଲରମାନେ ସୁପ୍ରିମ୍କୋର୍ଟ ଯାଇଥିଲେ। ଯାହାପରେ ପୁଲିସ ପୁଲିସ ଏପ୍ରିଲ ୨୮ ତାରିଖରେ ଦୁଇଟି ଏତଲାକୁ ରୁଜୁ କରିଥିଲା। ତେବେ ଅଭିଯୋଗକାରୀ ନାବାଳିକା ଓ ତାଙ୍କ ବାପା ଦେଇଥିବା ଏତଲା ପୁଲିସ ନିକଟରୁ ଉଠାଇ ନେଇଥିଲେ।
ତେବେ ଏହି ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବ୍ରିଜ୍ଭୂଷଣ କହିଆସୁଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/UjMc6YS
No comments:
Post a Comment