ପାଣିରେ ଭାସୁଛି ଉତ୍ତର ଭାରତ। କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ଦିଲ୍ଲୀରୁ କଶ୍ମୀର ଯାଏଁ ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଛି ଜଳ ପ୍ରଳୟ। ବର୍ଷା ଓ ବନ୍ୟାରେ ହିମାଚଳ ପ୍ରଦେଶ, ୟୁପି, ଉତ୍ତରାଖଣ୍ଡ, ପଞ୍ଜାବ, ଜମ୍ମୁ କଶ୍ମୀର ସ୍ଥିତି ଗମ୍ଭୀର ରହିଛି। ଏକାଧିକ ନଦୀ ବିପଦସଙ୍କେତ ଉପରେ ପ୍ରଭାବିତ ହେଉଛି । ଏପରି ସ୍ଥିତିରେ ଏବେ ଉତ୍ତର ଭାରତ ସ୍ଥିତିରେ ସୁଧାର ଆସିବା ପରି ଲାଗୁନି । କାରଣ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଭୀଷଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି।
ଉତ୍ତର ଭାରତରେ ଘଟିଥିବା ଜଳ ପ୍ରଳୟରେ ଏଯାଏଁ ୧୯ ଜଣଙ୍କ ମୃତ୍ୟୁ ହେଲାଣି। ସେଥିରେ ହିମାଚଳ ପ୍ରଦେଶରେ ୫ ଜଣ ଏବଂ ଜମ୍ମୁ କଶ୍ମୀରରେ ୨ଜଣ, ଦିଲ୍ଲୀରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେବଳ ଉତ୍ତରାଖଣ୍ଡରେ ୬ ଜିଲ୍ଲାର ୧୫୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।
ରାଜ୍ୟରେ ଦେଖାଦେଇଥିବା ପ୍ରଳୟଙ୍କରୀ ବନ୍ୟା ସ୍ଥିତି ସମ୍ପର୍କରେ ପଂଜାବ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ପ୍ରବଳ ବର୍ଷା ଓ ଭୂସ୍କଳନ ଯୋଗୁଁ ଦୁଇ ରାଜ୍ୟରେ ହୋଇଥିବା ମୃତ୍ୟୁ ବାବଦରେ ଅବଗତ ହେବା ସହ କେନ୍ଦ୍ର ପକ୍ଷରୁ ଉଭୟ ରାଜ୍ୟକୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଶାହ କହିଛନ୍ତି।
ସେପଟେ ଦିଲ୍ଲୀରେ ୪୦ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ଆଜି ଦିଲ୍ଲୀ ଏବଂ ନୋଏଡାରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏକାଧିକ ଅଞ୍ଚଳ ପାଣିରେ ବୁଡ଼ି ରହିଛିା
ହିମାଚଳପ୍ରଦେଶର କୁଲ୍ଲୁରେ ନଦୀର ପ୍ରଖର ସ୍ରୋତରେ ଏକ ଟ୍ରକ ନଦୀକୁ ଖସି ପଡି ଭାସିଯାଇଥିଲା ଟ୍ରକ । ସେହିପରି ହରିୟାଣା ଗୁରୁଗ୍ରାମରେ ଅଣ୍ଡରପାସରେ ପାଣି ଅଧିକ ମାତ୍ରାରେ ଜମିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ମଧ୍ୟପ୍ରଦେଶ ଜବଲପୁର ଅଞ୍ଚଳରେ ନର୍ମଦା ନଦୀରେ ଅଧିକ ପାଣି ଆସି ଯିବାରୁ ୪ ଜଣ ସେଥିରେ ଫସି ଯାଇଥିଲେ । ସେମାନଙ୍କୁ ମଧ୍ୟପ୍ରଦେଶର ଏସଡିଆରଏଫ୍ ଟିମ୍ ଉଦ୍ଧାର କରିଥିଲା। ନଦୀରେ ଫସିଥିବା ଯୁବକଙ୍କୁ ଏକ ଦଉଡ଼ି ସାହାଯ୍ୟରେ ରେସକ୍ୟୁ କରାଯାଇଥିଲା।
ସେପଟେ ହିମାଚଳ ପ୍ରଦେଶ ଧରମତାଲାରେ ଧସିଲା ପାହାଡ଼। ପାହାଡ ଧସିବା ପରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି। ରାସ୍ତାରେ ମାଟି ଅତଡ଼ା ପଡି ରହିଥିବାରୁ ପର୍ଯ୍ୟଟକ ହନ୍ତସନ୍ତ ହୋଇଛନ୍ତି । କିଛି ସ୍ଥାନରେ ଗଛ ପଡି ରହିଛି । ପ୍ରଶାସନ ପକ୍ଷରୁ ରେସକ୍ୟୁ ଅପରେସନ ଜାରି ରହିଛି ।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଉତ୍ତର ଭାତରରେ ଏବେ ବର୍ଷା ବିତ୍ପାତ କମିବା ନାଁ ଧରିବିନ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଜମ୍ମୁ, କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାବାଦ ପଞ୍ଜାବ, ରାଜସ୍ତାନ, ହରିୟାଣା, ୟୁପିକୁ ବି ବର୍ଷା ସୂଚନା ଦିଆଯାଇଛି।
ହିମାଚଳ ପ୍ରଦେଶରେ ଆଜି ବି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେଣୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଲୋକଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ହେଲପଲାଇନ୍ ନମ୍ବର ଜାରି କରାଯାଇଛି।
ଅପରପକ୍ଷେ, ବର୍ଷା ଯୋଗୁ ଦିଲ୍ଲୀ ସ୍ଥିତି ବେକାକୁ ହେବାକୁ ଲାଗିଥିବା ବେଳେ ସ୍ଥିତିର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି।
ବର୍ଷା ଯୋଗୁ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ହିମାଚଳ ପ୍ରଦେଶର କୁଲ୍ଲୁ, ମନାଲି ଓ ମଣ୍ଡିରେ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଘଟିଛି। ହିମାଚଳ ପ୍ରଦେଶର ୭ଶହରୁ ଅଧିକ ରାସ୍ତା ଧୋଇ ହୋଇ ଯାଇଛି। ରାଜ୍ୟରେ ୨ ଦିନ ପାଇଁ ସ୍କୁଲ ବନ୍ଦ କରାଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/brpmXV3
No comments:
Post a Comment