ପଶଚମବଙଗର ଟ ବଥର ଆଜ ଚଲଛ ସନ ମତଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 9, 2023

ପଶଚମବଙଗର ଟ ବଥର ଆଜ ଚଲଛ ସନ ମତଦନ

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଯୋଗୁ ପ୍ରଭାବିତ ହୋଇଥିବା ବୁଥଗୁଡ଼ିକରେ ଆଜି ହେଉଛି ସାନି ମତଦାନ । ରାଜ୍ୟର ୬୯୭ଟି ବୁଥରେ ପୁଣି ଥରେ ଭୋଟଗ୍ରହଣ କରାଯାଉଛି।

ମାଲଦା, ନଦିଆ, ମୁର୍ଶିଦାବାଦ, ନଦିଆ, ପୁରୁଲିଆ, ବୀରଭୁମ୍, ଜଲପାଇଗୁଡ଼ି, ଦକ୍ଷିଣ ୨୪ ପ୍ରଗଣାର ଏକାଧିକ ବୁଥରେ ସାନି ମତଦାନ ଚାଲିଛି। ଏହା ମଧ୍ୟରେ ମୁର୍ଶିଦାବାଦରେ ସବୁଠୁ ଅଧିକ ୧୭୫ ବୁଥ୍ ଏବଂ ମାଲଦାରେ ୧୧୨ଟି ବୁଥ ରହିଛି।

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାର ନାଁ ନେଉନାହିଁ। ଗତକାଲି ବି ବିଭିନ୍ନ ସ୍ଥାନରେ ନିର୍ବାଚନ ଜନିତ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଏପରିକି ଦୁର୍ବୃତ୍ତଙ୍କ ଆକ୍ରୋଶରୁ ପୁଲିସ କର୍ମଚାରୀ ମଧ୍ୟ ବର୍ତ୍ତି ପାରି ନଥିଲେ।

ଘଟଣା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରିବାକୁ ଦିଲ୍ଲୀ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ।ଆଜି ପଶ୍ଚିମବଙ୍ଗ ରାଜ୍ୟପାଳ ଅମିତ୍ ଶାହଙ୍କୁ ଭେଟି ରାଜ୍ୟର ସ୍ଥିତି ସମ୍ପର୍କରେ ଅବଗତ କରିବେ।

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ସମୟରେ ଯାହା ଘଟିଲା ତାହା ଅତ୍ୟନ୍ତ ଭୟାବହ ଥିଲା ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ। ଏବେ ଯାହା ହେଉଛି ତାହା ଲୋକତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ସେ ଚେତାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ସମୟରେ ଲଗାତାର ଭାବେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ବିଭିନ୍ନ ଗୋଷ୍ଠୀର ଆକ୍ରମଣରେ ପ୍ରାୟ ୧୯ ଜଣଙ୍କ ଜୀବନ ଯାଇଛି। ଏଥିସହ ନିର୍ବାଚନ ବେଳେ କେଉଁଠି ବୁଥ୍‌ ଭଙ୍ଗାରୁଜା ହେଉଥିବାର ଭିଡିଓ ସାମନାକୁ ଆସିଥିଲା ତ କେଉଁଠି ଲୋକେ ବାଲାଟ ବକ୍ସକୁ ନେଇ ପାଣିରେ ଭସାଇ ଦେଇଥିଲେ। ତେଣୁ ରାଜ୍ୟର ୯୭ଟି ବୁଥରେ ଆଜି ପୁଣି ଥରେ ମତଦାନ ହେଉଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/z7LTMgw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages