କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ସାମ୍ନା ପୋଖରୀରୁ ଆଜି ଜଣେ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପ୍ରଦୀପ କୁମାର ନାୟକ। ତାଙ୍କ ଘର କେନ୍ଦ୍ରାପଡ଼ାରେ।
ପ୍ରଦୀପ ପୂର୍ବରୁ କେନ୍ଦୁଝର ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ କାର୍ଯ୍ୟ କରୁଥିଲେ। ସେଠାରୁ ତାଙ୍କୁ ନନ୍ଦିପଦା ବଦଳି କରାଯାଇଥିଲା। ଗତକାଲି ସେ ନନ୍ଦିପଦା ଥାନାରେ କାର୍ଯ୍ୟରେ ଯୋଗ ଦେଇଥିଲେ।
ଅଗ୍ନିଶମ ବାହିନୀ କର୍ମଚାରୀମାନେ ଆସି ମୃତଦେହକୁ ପୋଖରୀରୁ ବାହାର କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ।
ଆଜି ସକାଳୁ ହଠାତ୍ ତାଙ୍କ ମୃତଦେହ ଥାନା ସମ୍ମୁଖ ପୋଖରୀରୁ ମିଳିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ନା ହତ୍ୟା, ତାକୁ ନେଇ ସସ୍ପେନ୍ସ ଲାଗି ରହିଛି।
ଆନନ୍ଦପୁରରୁ ମୁନା ସିଂହଙ୍କ ରିପୋର୍ଟ
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/hq96las
No comments:
Post a Comment