ବସ- କର ଧକକର ଚଲଗଲ ଜବନ ନବଳକ ଗରତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 10, 2023

ବସ- କର ଧକକର ଚଲଗଲ ଜବନ ନବଳକ ଗରତର

ଦିଲ୍ଲୀ-ମେରଠ ଏକ୍ସପ୍ରେସ ହାଇୱେ ଉପରେ ଆଜି ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବସ୍‌ ଓ କାର୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ୮ ବର୍ଷର ନାବାଳକ ଗୁରୁତର ହୋଇ ପଡ଼ିଛି।

ପୁଲିସ୍‌ ସୂଚନା ଅନୁଯାୟୀ, ୯ ନଂ ଜାତୀୟ ରାଜପଥର ଲାଲକୁଆଁ ରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା କ୍ରସିଂ ରିପବ୍ଲିକ ଥାନା ଅଞ୍ଚଳରେ ରାହୁଲ ବିହାର ସାମନାରେ ହୋଇଛି। ଖବର ପାଇ ପୁଲିସ୍‌ ଓ ଡିଏମ୍‌ଇ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ କରିଛନ୍ତି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ଟି ଚାପି ହୋଇ ଯାଇଥିବାରୁ ମୃତଦେହଗୁଡ଼ିକୁ କାର୍‌ରୁ ବାହାର କରିବା ପୁଲିସ୍‌ ପାଇଁ କାଠିକର ପାଠ ହୋଇଥିଲା। ଗ୍ୟାସ୍‌ କଟକ ସହାୟତାରେ କାର୍‌କୁ କାଟି ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରାସ୍ତା ଉପରେ ଦୀର୍ଘ ସମୟ ଗାଡ଼ି ପଡ଼ିଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା।

 ଏହି ଦୁର୍ଘଟଣାରେ ଜଣେ ୮ ବର୍ଷର ନାବାଳକ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନି ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/VbRnveu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages