ପୂର୍ବତନ ମାଓ ସଂଗଠନର ଚେତାବନୀ ପରେ ବିମାନ ଯୋଗେ ସ୍ଥାନାନ୍ତର ହେବେ ମେତେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 23, 2023

ପୂର୍ବତନ ମାଓ ସଂଗଠନର ଚେତାବନୀ ପରେ ବିମାନ ଯୋଗେ ସ୍ଥାନାନ୍ତର ହେବେ ମେତେଇ

ବିମାନ ଯୋଗେ ସ୍ଥାନାନ୍ତର ହେବେ ମେତେଇ ଜାତିର ଲୋକେ। ସେମାନଙ୍କୁ ମିଜୋରାମରୁ ମଣିପୁରକୁ ସ୍ଥାନାନ୍ତର ନେଇ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଏକ ପୂର୍ବତନ ମାଓ ସଂଗଠନର ଚେତାବନୀ ପରେ ସରକାର ଏପରି ଯୋଜନା କରୁଥିବା କୁହାଯାଉଛି। ସଂଗଠନ କହିଛି ଯେ, ମେ 4 ରେ ଦୁଇ ଯୁବତୀଙ୍କୁ ଯୌନ ନିର୍ଯାତନା ପରେ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ମିଜୋ ଯୁବକମାନଙ୍କ ମଧ୍ୟରେ କ୍ରୋଧିତ ଅବସ୍ଥାରେ ଅଛନ୍ତି। ଏହାକୁ ନେଇ ଆଗକୁ ଭୀଷଣ ପରିସ୍ଥିତି ସୃଷ୍ଟି ହୋଇପାରେ।

ମଣିପୁର ସରକାର ଆଇଜ୍ୱଲ-ଇମ୍ଫାଲ ଏବଂ ଆଇଜ୍ୱଲ-ସିଲଚର ମଧ୍ୟରେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ଏଟିଆର ବିମାନ ଯୋଗେ ସ୍ଥାନାନ୍ତର କରିବାକୁ ଯୋଜନା କରୁଛନ୍ତି। ରିପୋର୍ଟ ଅନୁସାରେ, ମିଜୋରାମ ପୋଲିସ ଆଇଜ୍ୱଲ ସହରରେ ମେତେଇଙ୍କ ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ସେହିପରି ବିଭିନ୍ନ କଲେଜ ଏବଂ ଶିକ୍ଷା ଅନୁଷ୍ଠାନ ଉପରେ ଅଧିକ ନଜର ରଖାଯାଇଛି।

ଯଦିଓ ସରକାର ମେତେଇଙ୍କୁ ଏୟାର୍ ଲିଫ୍ଟ ପାଇଁ ଯୋଜନା କରିଛନ୍ତି, ତଥାପି  ପ୍ରକ୍ରିୟା କେବେ ଆରମ୍ଭ ହେବ ତାହାର ସବିଶେଷ ତଥ୍ୟ ପ୍ରକାଶ ପାଇନାହିଁ। ମିଜୋରାମରେ ଥିବା ଶାନ୍ତି ଚୁକ୍ତିନାମା, MNF ରିଟର୍ଣ୍ଣିସ୍ ଆସୋସିଏସନ୍(PAMRA) ରାଜ୍ୟରେ ରହୁଥିବା ମେତେଇଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ମିଜୋରାମ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଆଇଜ୍ୱଲରେ ପୂର୍ବତନ ମାଓ ସଂଗଠନ ପାମରା ଶୁକ୍ରବାର ଆଇଜ୍ୱଲରୁ ପ୍ରକାଶିତ ଏକ ବିବୃତ୍ତିରେ କହିଛନ୍ତି ଯେ, ମିଜୋରାମରେ ପରିସ୍ଥିତି ତିକ୍ତ ହୋଇପଡିଛି ଏବଂ ମଣିପୁରରେ ଦୁଷ୍କର୍ମକାରୀଙ୍କ ଦ୍ୱାରା କରାଯାଇଥିବା ବର୍ବର ତଥା ଘୃଣ୍ୟ କାର୍ଯ୍ୟ ପରେ ମଣିପୁରର ମେତେଇ ଲୋକଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ।

ଏହି ସମୟରେ, ମିଜୋରାମ ସରକାର ମେତେଇ ସମ୍ପ୍ରଦାୟକୁ ଆଶ୍ୱାସନା ଦେଇ ଗୁଜବ ପ୍ରତି ଧ୍ୟାନ ନଦେବାକୁ କହିଥିଲେ ବୋଲି ନ୍ୟୁଜ୍ ଏଜେନ୍ସି PTI ରିପୋର୍ଟ କରିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/v0bat7P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages