ମିଳିତ ସମରାଭ୍ୟାସ ବେଳେ ମଝି ସମୁଦ୍ର ଉପରେ କ୍ରାଶ୍ ହେଲା ହେଲିକପ୍ଟର। ଉକ୍ତ ସମୟରେ ହେଲିକପ୍ଟରରେ ଥିବା ୪ କ୍ରିଉ ମେମ୍ବରଙ୍କ ପତ୍ତା ମିଳୁନି। ଏପରି ଏକ ଅଘଟଣ ଗତକାଲି ରାତିରେ ଅଷ୍ଟ୍ରେଲିଆରେ ଘଟିଛି।
ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ସମୁଦ୍ର ଉପରେ ଗତକାଲି ଅଷ୍ଟ୍ରେଲିଆ,ଯୁକ୍ତରାଷ୍ଟ୍ର ଆମେରିକା, ଫଫ୍ରାନ୍ସ ସମେତ ୩୦ଟି ଦେଶ ପକ୍ଷରୁ ମିଳିତ ସମରାଭ୍ୟାସ ଚାଲିଥିଲା। ମାତ୍ର ଭାରତୀୟ ସମୟ ରାତି ପ୍ରାୟ ସାଢେ ୧୦ଟା ବେଳେ ହେଲିକପ୍ଟରଟି ସମୁଦ୍ର ଉପରେ ଉଡ଼ୁଥିବା ବେଳେ ହଠାତ୍ ସେଥିରେ ନିଆଁ ଲାଗି ଯାଇଥିଲା। ଫଳରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ମଝି ସମୁଦ୍ରରେ ହେଲିକପ୍ଟରଟି ଖସି ପଡ଼ିଥିଲା
କ୍ରାଶ୍ ହୋଇଥିବା ହେଲିପକ୍ଟରଟି MRH90 ହେଲିକପ୍ଟର ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ହେଲିକପ୍ଟରଟି କ୍ରାଶ୍ ହେବା ପରେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ମାତ୍ର ଏ ପର୍ଯ୍ୟନ୍ତ କ୍ରିଉ ମେମ୍ବଙ୍କର ସନ୍ଧାନ ମିଳି ପାରିନି।
ଅଷ୍ଟ୍ରେଲିଆରେ ଚାଲିଥିବା ଏହି ମିଳିତ ସମରାଭ୍ୟାସରେ ବିଭିନ୍ନ ଦେଶର ପ୍ରାୟ ୩୦ ହଜାର ସୈନ୍ୟ ସାମିଲ ହୋଇଛନ୍ତି। ମାତ୍ର ଏପରି ସମୟରେ ଏହି ଅଘଟଣ ଯୋଗୁ ସମରାଭ୍ୟାସ ବ୍ୟାହତ ହୋଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/pE5bJIm
No comments:
Post a Comment