ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ସରକାରୀ ମେଡ଼ିସିନ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି l ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛିା ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଗୋଦାମ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ତା’ ଭିତରେ ଥିବା ଲକ୍ଷାଧୀକ ଟଙ୍କାର ଔଷଧ ଜଳି ଯାଇଛି।
ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ମେଡ଼ିସିନ ଗୋଦାମଟି ହଠାତ୍ ଜଳିବାକୁ ଲାଗିଲା। ନିଆଁ ଏତେ ପ୍ରଖର ଥିଲା ଯେ, ବେଶ୍ କିଛି ଦୂର ଯାଏ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। କିଛି ସମୟ ମଧ୍ୟରେ ନିଆଁର ଝାସ ବଢ଼ିବା ସହ ଏହାର ତ୍ରୀବତା ବି ବଢ଼ିଥିଲା।
ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ୭ରୁ ଅଧିକ ଦମକଳ ଗାଡ଼ିକୁ ନିଆଁ ଲିଭା କାର୍ଯ୍ୟର ନିୟୋଜିତ କରାଯାଇଛି। ହେଲେ ଦୀର୍ଘ ୭ ଘଣ୍ଟା ପରେ ସକାଳ ପ୍ରାୟ ୬ଟା ପରେ ନିଆଁ ଲିଭିଥିବା ଜଣାଯାଇଛି।
ଗୋଦାମ ଘରେ ସାନିଟାଇଜର, ମାସ୍କ, ପିପିଇ କିଟ୍ ପରି କୋଭିଡ୍ ସାମଗ୍ରୀ ସହ ସାଲାଇନ୍ ଓ ଅକ୍ସିଜେନ ସିଲିଣ୍ଡର ଥିଲା। ଔଷଧ ଗୋଦାମରେ ଥିବା ସାନିଟାଇଜର ଜଳିବାରୁ ନିଆଁର ତୀବ୍ରତା ବଢ଼ିବା ସହ ତାହାକୁ ନିୟନ୍ତ୍ରଣ କରିବାକୁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା।
ଅଗ୍ନିଶମ ବିଭାଗ କର୍ମଚାରୀ ପ୍ରଥମେ ଜେସିବି ସହାୟତାରେ ଔଷଧ ଗୋଦାମର କାନ୍ଥକୁ ଭାଙ୍ଗି ତାହା ଭିତରେ ପଶିଥିଲେ। ପ୍ରାୟ ୭ ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିବା ଜଣାଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/VRngWqp
No comments:
Post a Comment