ପରିବା ବୋଝେଇ ପିକଆପ ଭ୍ୟାନ୍ ଚାପି ଦେବାରୁ ଏକ ୪ ବର୍ଷର କନ୍ୟାଶିଶୁର ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ଅଡ଼ବା ଥାନା ଗଣ୍ଡାଗୁଡ଼ା ଗାଁରେ ଆଜି ସକାଳେ ଘଟିଛି ଏହି ଘଟଣା।
ଗାଁକୁ ଏକ ପରିବା ବୋଝେଇ ପିକ୍ଅପ୍ ଭ୍ୟାନ୍ ଆସିଥିଲା। ଗାଁର ଲୁସୀୟାନ ନାୟକ ଉକ୍ତ ପରିବା ବୋଝେଇ ପିକ୍ଅପ୍ ଭ୍ୟାନ୍ରୁ ପରିବା କିଣୁଥିଲେ। ହେଲେ ସେ ଜାଣି ପାରି ନଥିଲେ କେତେବେଳେ ତାଙ୍କ ୪ ବର୍ଷର ଝିଅ ଆସି ଗାଡ଼ି ତଳେ ବସି ଯାଇଥିଲେ।
ଲୁସୀୟାନ ପରିବା କିଣି ସାରିବା ପରେ ଗାଡ଼ିଟି ଆଗକୁ ବଢ଼ିଥିଲା। ଆଉ ଗାଡ଼ି ତଳେ ରହିଯାଇଥିବା ଲୁସୀୟାନଙ୍କ ୪ ବର୍ଷର ଝିଅ ଉପରେ ପଛ ଚକ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ଛୁଆଟିର ମୃତ୍ୟୁ ଘଟିଥିଲା।
ଘଟଣା ଘଟିବା ପରେ ଗାଁ ଲୋକେ ଗାଡ଼ି ଡ୍ରାଇଭରକୁ ପିଟାପିଟି କରିବା ସହିତ ତାଙ୍କୁ ଅଟକ ରଖିଛନ୍ତି। ଲୁସୀୟାନଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଗାଁ ଲୋକେ ଦାବି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରୁଛି।
ଗଜପତିରୁ ମିହିର ଜତିଙ୍କ ରିପୋର୍ଟ
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/BzDWQi6
No comments:
Post a Comment