ହାଇକୋର୍ଟରେ ରେକର୍ଡ : ଦିନକରେ ହେଲା ୭୫ଟି ମାମଲାର ରାୟ ପ୍ରକାଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 24, 2023

ହାଇକୋର୍ଟରେ ରେକର୍ଡ : ଦିନକରେ ହେଲା ୭୫ଟି ମାମଲାର ରାୟ ପ୍ରକାଶ

ଓଡିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ପାଳନକୁ ଅବିସ୍ମରଣୀୟ କରିବାକୁ ଗୋଟିଏ ଖଣ୍ଡପୀଠରେ ହୋଇଛି ୭୫ ମାମଲାର ରାୟ ପ୍ରକାଶ। ଜଷ୍ଟିସ ଦେବବ୍ରତ ଦାସ ଏବଂ ଜଷ୍ଟିସ ଏସ. କେ. ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ୭୫ଟି ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟା ଅପରାଧରେ ବିଭିନ୍ନ ସେସନ୍ସ କୋର୍ଟଙ୍କ ଦ୍ୱାରା ଆଜୀବନ କାରାଦଣ୍ଡାଦେଶ ପାଇଥିବା ୭୫ଟି କ୍ରିମିନାଲ ଅପିଲର ରାୟ ପ୍ରକାଶ କରାଯାଇଛି।

ଏ ସମସ୍ତ ଅପିଲଗୁଡ଼ିକ ପ୍ରାୟ ୭ ବର୍ଷରୁ ଅଧିକ ସମୟ ଧରି ବିଚାର ପାଇଁ ପଡ଼ିରହିଥିଲା। ଅଧିକାଂଶ ଆସାମୀ ଜେଲରେ ଥାଇ ଅପିଲ କରିଥିବାବେଳେ ଆଉ କେତେକ ଜାମିନରେ ମୁକ୍ତ ହୋଇଛନ୍ତି। ପ୍ରକାଶିତ ରାୟରେ କେତେକଙ୍କୁ ମୁକ୍ତି ମିଳିଥିବାବେଳେ ଅନ୍ୟ କିଛି ଆବେଦନକାରୀଙ୍କୁ ନିରାଶ ହେବାକୁ ପଡିଥିଲା। ଗତ ଜୁନ ୨୧ ତାରିଖରୁ କ୍ରମାଗତ ଭାବେ ମାମଲା ଉପରେ ଶୁଣାଣି କରିଥିଲେ ହାଇକୋର୍ଟ।

ସୂଚନାଯୋଗ୍ୟ, ଆସନ୍ତାକାଲି ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମାରୋହରେ ଯୋଗ ଦେବେ। ଆଜି ରାଷ୍ଟ୍ରପତି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୨୭ ତାରିଖରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/OeiPDVx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages