ସମ୍ପତି ପାଇଁ ତୁଚ୍ଛ ହେଲା ରକ୍ତର ସମ୍ପର୍କ। ଯେଉଁ ବାପାମା’ ଛୋଟରୁ ବଡ଼ କରିଥିଲେ, ଯେଉଁ ଭଉଣୀ ସୁରକ୍ଷା ପାଇଁ ହାତରେ ରାକ୍ଷୀ ବାନ୍ଧିଥିଲା ସେମାନଙ୍କୁ ଜୀବନରୁ ମାରିବା ପାଇଁ ପଛାଇଲା ନାହିଁ ନୃଶଂସ ପୁଅ। ରାତିରେ ଶୋଇଥିଲା ବେଳେ ସମସ୍ତଙ୍କୁ କୁରାଢ଼ିରେ ହାଣି ପକାଇଲା। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆଳି ଗାଁରେ।
ଆହତମାନେ ହେଲେ ଗୁଡ଼ିଆଳି ଗ୍ରାମର ବାପା, ହେରେକୃଷ୍ଣ ରେଡ଼ୀ, ମାଆ ପ୍ରମିଳା ରେଡ଼ୀ, ଭାଇବୋହୂ ମାମା ରେଡ଼ୀ ଓ ଭଉଣୀ ଦୁଖୀଆମା ରେଡ୍ଡୀ। ସମସ୍ତେ ଗୋଟିଏ ପରିବାର। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପରେ ପାଣ୍ଡଵ ରେଡ଼ୀ ଓ ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଛନ୍ତି।
ପାଣ୍ଡବଙ୍କ ସାନ ଭାଇ ଅନ୍ୟ ଜଣଙ୍କ ଘରକୁ ପୁଅ ହୋଇଯାଇ ରହିଥିଲେ। ହେଲେ ଏବେ ସେ ଆସି ନିଜ ବାପା ସମ୍ପତ୍ତିରେ ଭାଗ ନେବାକୁ ଦାବି କରିଥିଲେ। ହେଲେ ପାଣ୍ଡବ ସାନ ଭାଇକୁ ଭାଗ ଦେବାକୁ ରାଜି ନଥିଲେ। ଯାହାକୁ ନେଇ ପରିବାରରେ ଝଗଡ଼ା ହୋଇଥିଲା।
ଗତକାଲି ରାତିରେ ପରିବାର ଲୋକେ ଶୋଇଥିଲା ବେଳେ ଏହି ସମୟରେ ପାଣ୍ଡଵ ଓ ତାଙ୍କ ସ୍ତ୍ରୀ ପ୍ରଥମେ ବାପାମା’ଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ବାପାମା’ଙ୍କ ପାଟି ଶୁଣି ଭଉଣୀ ଦୁଖୀଆମା ଦୌଡ଼ି ଆସିଥିଲେ। ପାଣ୍ଡବ ମଧ୍ୟ ତାଙ୍କୁ ମଧ୍ୟ କୁରାଢ଼ିରେ ଆକ୍ରମଣ କରିଥିଲେ। ପରେ ଭାଇବୋହୂ ମାମା ରେଡ଼ୀଙ୍କୁ ମଧ୍ୟ କୁରାଢ଼ି ଆକ୍ରମଣ କରି ଘଟଣାସ୍ଥଳରୁ ସ୍ୱାମୀ ଫେରାର ହୋଇଯାଇଥିଲେ।
ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ଗ୍ରାମବାସୀମାନେ ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଗତକାଲି ରାତିରେ ପାଣ୍ଡବଙ୍କ ସାନ ଭାଇ ଘରେ ନଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Y3KnTIv
No comments:
Post a Comment