ଟଳିଲା ବଡ଼ଧରଣର ଆତଙ୍କୀ ହମଲା, ୫ ସନ୍ଦିଗ୍ଧ ଆତଙ୍କୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 18, 2023

ଟଳିଲା ବଡ଼ଧରଣର ଆତଙ୍କୀ ହମଲା, ୫ ସନ୍ଦିଗ୍ଧ ଆତଙ୍କୀ ଗିରଫ

ବଡ଼ଧରଣର ଆତଙ୍କବାଦୀ ହମଲାକୁ ଟାଳିବାକୁ ସକ୍ଷମ ହୋଇଛି ବେଙ୍ଗାଲୁରୁ ପୁଲିସ୍‌। ସହରରେ ବିସ୍ଫୋରଣ କରିବାକୁ ଯୋଜନା କରୁଥିବା ୫ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରି ପୁଲିସ୍‌ ବଡ଼ ଅଘଟଣକୁ ଅଟକାଇ ପାରିଛି।

ଗିରଫ ୫ ସନ୍ଦିଗ୍ଧ ଆତଙ୍କବାଦୀ ବେଙ୍ଗାଲୁରୁରେ ଗୋଟିଏ ବଡ଼ଧରଣର ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହ ବିସ୍ଫୋରକ ମଧ୍ୟ ନିଜ ପାଖରେ ରଖିଥିଲେ। ଏ ଖବର ପ୍ରଥମେ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିଲା।

ଏହାପରେ ପୁଲିସ୍‌ ଉକ୍ତ ସୂଚନା ଆଧାରରେ ପଦକ୍ଷେପ ନେଇ ୫ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିଛି। ଗିରଫ ୫ ସନ୍ଦିଗ୍ଧ ଆତଙ୍କୀ ହେଲେ ସୟିଦ ସୁହେଲ, ଉମର, ଜୁନେଦ, ମୁଦାସିର ଓ ଜାହିଦ। ଏମାନେ ୨୦୧୭ର ଗୋଟିଏ ହତ୍ୟା ମାମଲାରେ ଜେଲ ଯାଇଥିଲେ।

କେନ୍ଦ୍ରୀୟ ଜେଲ୍‌ରେ ଥିବା ବେଳେ ଏମାନେ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲେ। ଏବେ ସେମାନେ ବେଙ୍ଗାଲୁରୁରେ ବଡ଼ ବିସ୍ଫୋରଣ କରିବାକୁ ଯୋଜନା କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଧରିବାକୁ ସକ୍ଷମ ହୋଇଛି।

ସେମାନଙ୍କ ନିକଟରୁ ବୋମା ତିଆରିର ବିଭିନ୍ନ ସାମଗ୍ରୀ ମଧ୍ୟ ପୁଲିସ୍‌ ଜବତ କରିଛି। ଘଟଣାକୁ ନେଇ ଏବେ ଅଧିକ ଖୋଳତାଡ଼ କରାଯାଉଥିବାରୁ ବିସ୍ତୃତ ସୂଚନା ମିଳିନାହିଁ। ସେହିପରି ଏହି ୫ ସନ୍ଦିଗ୍ଧ ଆତଙ୍କୀ ଜେଲରୁ କେବେ ବାହାରିଲେ, ସେକଥା ମଧ୍ୟ ଏଯାଏ ସ୍ପଷ୍ଟ ହୋଇନି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/LTgPO9J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages