ଯୁବକ ଆଣିଲେ ସାଂଘାତିକ ଅଭିଯୋଗ: ଜନସନ ଆଣ୍ଡ ଜନସନ କମ୍ପାନୀ ଗଣିବ ୧୮.୮ ମିଲିୟନ ଡଲାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 18, 2023

ଯୁବକ ଆଣିଲେ ସାଂଘାତିକ ଅଭିଯୋଗ: ଜନସନ ଆଣ୍ଡ ଜନସନ କମ୍ପାନୀ ଗଣିବ ୧୮.୮ ମିଲିୟନ ଡଲାର

ଜନସନ ଆଣ୍ଡ ଜନସନ କମ୍ପାନୀ ଗଣିବ ୧୮.୮ ମିଲିୟନ ଡଲାର। ଏହି ପାଉଡର ବ୍ୟବହାର ଯୋଗୁ ଜଣେ ଯୁବକ କ୍ୟାନସର ପରି ଘାତକ ବେମାରରେ ପୀଡ଼ିତ ହୋଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆର ଏକ କୋର୍ଟ ଏପରି ରାୟ ଶୁଣାଇଛନ୍ତି। ତେବେ ଏହା ବିରୋଧରେ ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏମୋରି ହର୍ନାଡେଜ ଭାଲଡେଜ ନାମକ ୨୪ ବର୍ଷୀୟ ଯୁବକ ଜନସନ୍‌ ଆଣ୍ଡ ଜନସନ କମ୍ପାନୀ ବିରୋଧରେ ଏପରି ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏମୋରି ହର୍ନାଡେଜଙ୍କ ଅଭିଯୋଗ ଅନୁଯାୟୀ, ସେ ଛୋଟ ବେଳୁ ଜନସନ ଆଣ୍ଡ ଜନସନ ପାଉଡର ବହୁଳ ଭାବେ ବ୍ୟବହାର କରୁଥିଲେ। ଫଳରେ ବଡ଼ ହେବା ପରେ ତାଙ୍କ ନିକଟରେ କ୍ୟାନସର ରୋଗ ଚିହ୍ନଟ ହୋଇଛି। ଏହି ରୋଗର ଚିକିତ୍ସା ଯନ୍ତ୍ରଣାଦାୟକ ହୋଇଥିବା ବେଳେ ଖୁବ୍‌ ବ୍ୟୟବହୁଳ । ତେଣୁ ଆର୍ଥିକ କ୍ଷତିପୂରଣ ପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଗତ ୬ ସପ୍ତାହ ଧରି ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ବିଚାରପତି ଏହି ମାମଲାର ରାୟ ପ୍ରକାଶ କରିଛନ୍ତି। ଏଥିସହ ତୁରନ୍ତ ଏମୋରି ହର୍ନାଡେଜଙ୍କୁ ୧୮.୮ ମିଲିୟନ ଡଲାରର କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

କିନ୍ତୁ ଜନସନ କମ୍ପାନୀ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। କମ୍ପାନୀ ଏହି ରାୟ ବିରୋଧରେ ଉପର କୋର୍ଟକୁ ଯିବ ବୋଲି ଏହାର ଭାଇସ୍‌ ପ୍ରେସିଡେଣ୍ଡ ଏରିକ୍‌ ହାସ୍‌ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି ଦୀର୍ଘ ଦଶନ୍ଧି ଧରି କୋଟି କୋଟି ଲୋକଙ୍କ ଦ୍ୱାରା ବ୍ୟବହୃତ ଏହି ପାଉଡର ବୈଜ୍ଞାନିକ ପ୍ରଣାଳୀରେ ପ୍ରସ୍ତୁତ ହେଉଥିବା ବେଳେ ଏହା ସମ୍ପୂର୍ଣ୍ଣ ନିରାପଦ। ଏଥିରେ କୌଣସି ପ୍ରକାର ଘାତକ ପଦାର୍ଥ ବ୍ୟବହାର ହେଉ ନ ଥିବା ବେଳେ ଏହା କ୍ୟାନସର ସୃଷ୍ଟିର କାରଣ ନୁହେଁ ବୋଲି ସେ ସଫେଇ ଦେଇଛନ୍ତି।

ଜନସନ ଆଣ୍ଡ ଜନସନ କମ୍ପାନୀ ବିରୋଧରେ ଏପରି ଅଭିଯୋଗ ନୂଆ ନୁହେଁ। ଏନେଇ ପୂର୍ବରୁ ବହୁ ଅଭିଯୋଗ ହୋଇ ସାରିଛି। ଅଭିଯୋଗକାରୀଙ୍କ କହିବାନୁଯାୟୀ, ଏଥିରେ ଥିବା ମାରାତ୍ମକ ଆସ୍‌ବେଷ୍ଟୋସ୍‌ ଓଭାରିଆନ କ୍ୟାନସର ଓ ଅନ୍ୟାନ୍ୟ ଘାତକ ରୋଗ ସୃଷ୍ଟି କରିଥାଏ। ମାତ୍ର କମ୍ପାନୀ ସମସ୍ତ ଅଭିଯୋଗକୁ ଦୃଢତାର ସହ ଖଣ୍ଡନ କରିଥିବା ବେଳେ ଏହି ପାଉଡର କ୍ୟାନସର ସୃଷ୍ଟି କରୁ ନ ଥିବା ସ୍ପଷ୍ଟ କରିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/YBd1TDt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages