ବଷକତ ଗୟସ ଲକ ଛଟ ପଲଙକ ସମତ ମତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 5, 2023

ବଷକତ ଗୟସ ଲକ ଛଟ ପଲଙକ ସମତ ମତ

ଦକ୍ଷିଣ ଆଫ୍ରିକାର ରାଜଧାନୀ ଜୋହାନ୍ସବର୍ଗ ପୂର୍ବ ପ୍ରାନ୍ତରେ ଥିବା ଗୋଟିଏ ବସ୍ତିରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ଯୋଗୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କିଛି ମହିଳା ଓ ଛୋଟ ପିଲା ମଧ୍ୟ ରହିଛନ୍ତି। ପ୍ରଥମେ ଗ୍ୟାସ୍‌ ଲିକ୍‌ ଯୋଗୁ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ଅଚେତ ହୋଇ ରହିଥିବା ଲୋକ ସୁସ୍ଥ ହୋଇଛନ୍ତି। ତେଣୁ ଜରୁରିକାଳୀନ ସେବା ପକ୍ଷରୁ ଗ୍ୟାସ ଲିକ୍‌ରେ ଏଯାଏ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।

ମିଳିଥିବା ସୂଚନା ଅନୁସାରା, ଜୋହାନ୍ସବର୍ଗର ପୂର୍ବ ପ୍ରାନ୍ତରେ ଥିବା ବୋକ୍ସବର୍ଗର ଆଙ୍ଗେଲୋ ଠାରେ ଏପରି ଘଟଣା ଘଟିଛି। ଏଠାରେ ବେଆଇନ ଖଣି ଖନନ ପାଇଁ ବ୍ୟବହାର କରାଯାଉଥିବା ଗ୍ୟାସ୍‌ ସିଲିଣ୍ଡର୍‌ରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇଛି। ବିଷାକ୍ତ ଗ୍ୟାସ୍‌ ସଂସ୍ପର୍ଶରେ ସ୍ଥାନୀୟ ବସ୍ତିବାସିନ୍ଦା ଆସିବାରୁ ଏତେ ବଡ଼ ଅଘଟଣ ଘଟିଛି।

ଜରୁରିକାଳୀନ ସେବାର ମୁଖପାତ୍ର କହିଛନ୍ତି, ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ଖବର ପାଇ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଅଚେତ ଅବସ୍ଥାରେ ଥିବା କିଛି ଲୋକଙ୍କୁ ପାରାମେଡିକ୍ସ ଆଶୁ ଚିକିତ୍ସା ପ୍ରଦାନ କରିବାରୁ ସେମାନଙ୍କ ଚେତା ଫେରିଥିଲା।

ଏବେ ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରୁ ୪ ଜଣ ଅବସ୍ଥା ସଙ୍କଟାପନ୍ନ ରହିଛି। ୧୧ ଜଣ ଗୁରୁତର ଥିଲେ ମଧ୍ୟ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଜଣେ ଛୋଟ ପିଲା ମଧ୍ୟ ଚେତା ଫେରି ହସ୍ପିଟାଲରେ ସୁସ୍ଥ ହୋଇଛନ୍ତି। ମୃତ ୧୬ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଓ ୩ ଜଣ ଛୋଟ ପିଲା ରହିଛି।

ଅଧିକାରୀଙ୍କ କହିବା କଥା, ସନ୍ଧ୍ୟା ପ୍ରାୟ ୮ଟା ବେଳେ ପ୍ରଥମେ ଗ୍ୟାସ୍‌ ବିସ୍ଫୋରଣର ଖବର ମିଳିଥିଲା। କିନ୍ତୁ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ବିସ୍ଫୋରଣ ନୁହେଁ, ବରଂ ଗୋଟିଏ ସିଲିଣ୍ଡର୍‌ରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେଉଥିବା ଜଣାପଡ଼ିଥିଲା। ଏହି ଗ୍ୟାସ୍‌କୁ ସ୍ଥାନୀୟ ଅଞ୍ଚଳରେ ବେଆଇନ ଖଣି ଖନନ ପାଇଁ ବ୍ୟବହାର କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/AqJ9QRz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages