ଜାଗୁଆର ଧକ୍କାରେ ୯ ଜଣଙ୍କ ମୃତ୍ୟୁ ଘଟଣା; ବନ୍ଧା ହେଲେ ବାପ, ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 20, 2023

ଜାଗୁଆର ଧକ୍କାରେ ୯ ଜଣଙ୍କ ମୃତ୍ୟୁ ଘଟଣା; ବନ୍ଧା ହେଲେ ବାପ, ପୁଅ

ଗୁଜରାଟ ରାଜଧାନୀ ଅହମ୍ମଦାବାଦର ଇସ୍କନ ବ୍ରିଜ ଉପରେ ଗତ ବୁଧବାର ରାତିରେ ଏକ ଜାଗୁଆର କାର୍‌ ମାଡ଼ି ଯାଇ ୯ ଜଣଙ୍କ ଜୀବନ ନେଇଥିଲା। ଏହି ଦୁର୍ଘଟଣାରେ ୧୩ ଜଣ ଗୁରୁତର ହୋଇଥିଲେ। ଏହି ଛାତିଥରା ଦୁର୍ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଲିସ୍‌ ଜାଗୁଆର କାର୍‌ର ମାଲିକ ଓ ତାଙ୍କ ବାପାଙ୍କୁ ଗିରଫ କରିଛି । ଗିରଫଦ୍ୱୟ ହେଲେ ତଥ୍ୟ ପଟେଲ ଓ ତାଙ୍କ ବାପା ପ୍ରଜନେଶ ପଟେଲ।

ଗତ ବୁଧବାର ତଥ୍ୟ ପଟେଲ ନିଜେ ଜାଗୁଆର ଚଲାଉଥିବା ବେଳେ ଘଣ୍ଟା ପ୍ରତି ୧୬୦ କିମି ବେଗରେ ଗାଡ଼ିକୁ ଛୁଟାଉଥିଲେ। ଉକ୍ତ ସମୟରେ ଇସ୍କନ ବ୍ରିଜ ଉପରେ ଏକ ଦୁର୍ଘଟଣା ଘଟିଥିବା ବେଳେ ବହୁ ଲୋକ ରୁଣ୍ଡ ହୋଇଥିଲେ। ମାତ୍ର ଦ୍ରୁତ ଗତିରେ ଜାଗୁଆର ଚଳାଇ ସୁଥିବା ତଥ୍ୟ ପଟେଲ ଭିଡ଼ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଜଣେ କନଷ୍ଟେବଳଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ପୁଲିସ୍‌ ତଥ୍ୟ ପଟେଲଙ୍କୁ ଦୁର୍ଘଟଣା ଘଟାଇଥିବା ଅଭିଯୋଗରେ ଗିରଫ କରିଥିବା ବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କ ବାପାଙ୍କୁ ବାନ୍ଧିଛି। ଗିରଫଦାରୀ ପରେ ଉଭୟଙ୍କୁ ପୁଲିସ୍‌ ଦୁର୍ଘଟଣାସ୍ଥଳକୁ ନେଇ ମାମଲାର ଯାଞ୍ଚ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ଅହମ୍ମଦାବାଦର ଇସ୍କନ ବ୍ରିଜ ଉପରେ ଗତ ବୁଧବାର ରାତିରେ ଏକ ଥାର୍‌ ଓ ଡମ୍ପର ମୁହାଁମୁହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଉକ୍ତ ଦୁର୍ଘଟଣାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ଉକ୍ତ ସମୟରେ ଘଣ୍ଟା ପ୍ରତି ୧୬୦ କିମି ବେଗ୍‌ରେ ଯାଉଥିବା ଜାଗୁଆର ଆଖି ପିଛୁଳାକେ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/FPQjOYp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages