ଭୂକମ୍ପ ଝଟକାରେ ଥରିଲା ରାଜସ୍ଥାନ ଓ ମଣିପୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 20, 2023

ଭୂକମ୍ପ ଝଟକାରେ ଥରିଲା ରାଜସ୍ଥାନ ଓ ମଣିପୁର

ଆଜି ଭୋରରୁ ଭୂକମ୍ପ ଝଟକାରେ ଥରିଛି ରାଜସ୍ଥାନ ଓ ମଣିପୁର। ରାଜସ୍ଥାନର ଜୟପୁରରେ ୩ ଥର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ମଣିପୁରରେ ଥରେ ଏହା ଅନୁଭୂତ ହୋଇଥିବା ଜଣାଯାଇଛି। ଫଳରେ ଭୟଭୀତ ହୋଇ ଲୋକେ ଘର ଛାଡ଼ି ଖୋଲା ପଡ଼ିଆକୁ ପଳାଇଲେ। ଭୂମିକମ୍ପ ଯୋଗୁ ଉଭୟ ରାଜ୍ୟ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିନି ।

ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନର ଜୟପୁରରେ ପ୍ରଥମ ଭୂମିକମ୍ପ ଭୋର ୪ଟା ୧୦ ମିନିଟ୍‌ରେ ଅନୁଭୂତ ହୋଇଥିଲା। ଘଣ୍ଟାଏ ମଧ୍ୟରେ ସମୁଦାୟ ୩ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ଥିବା ଜଣାଯାଇଛି।  ପ୍ରଥମ ଭୂମିକମ୍ପ ଝଟକା ଭୋର ୪ଟା୧୦ମିନିଟ୍‌ରେ , ଦ୍ୱିତୀୟ ଥର ୪ଟା୨୩ରେ ଓ ତୃତୀୟ ଭୂମିକମ୍ପ ଝଟକା ୪ଟା୨୫ ମିନିଟ୍‌ରେ ଅନୁଭୂତ ହୋଇଥିଲା। ପ୍ରଥମ ଭୂମିକମ୍ପ ଝଟକା ପରେ ଲୋକମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ।

ସେହିପରି ମଣିପୁରର ଉଖରୁଲରେ ଭୋର ପ୍ରାୟ ୫ଟା୧ରେ ୩.୫ ତୀବ୍ରତା ଭୂମିକମ୍ପ ଅନୁଭୂତ ହେଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/pwk9MoB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages