ମଣିପୁର ହିଂସାକୁ ନେଇ ବିରୋଧୀ ଓ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଛି। ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁର ତାତି ଯୋଗୁ ଗୃହରେ ଅଚଳାବସ୍ଥା ଲାଗି ରହିଛି। ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରି INDIA ମେଣ୍ଟରେ ଥିବା ସାଂସଦମାନେ ଗତ ରାତିରେ ପାର୍ଲାମେଣ୍ଟ ସମ୍ମୁଖରେ ଧାରଣାରେ ବସିଛନ୍ତି।
ମଣିପୁର ଘଟଣା ଉପରେ ବିରୋଧୀମାନେ ପ୍ରଧାନମନ୍ତ୍ରୀଙ୍କ ବିବୃତି ସହ ବିସୃତ ଆଲୋଚନା ଦାବି କରି ବିରୋଧୀ ଦଳର ସାଂସଦମାନେ ଏହି ଧାରଣା ଚାଲୁ ରଖିଛନ୍ତି। ହାତରେ 'India for Manipur', ପ୍ଲାକାର୍ଡ ଧରି କଂଗ୍ରେସ, ଆପ୍, ଟିଏମ୍ସିର ସାଂସଦମାନେ ଗତକାଲି ରାତି ସାରା ସଂସଦ ପରିସରରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ବସି ରହିଥିଲେ।
ରାଜ୍ୟସଭା ଏମ୍ପି ସଞ୍ଜୟ ସିଂଙ୍କୁ ସସ୍ପେଣ୍ଡ କରାଯିବା ଘଟଣାକୁ ମଧ୍ୟ ଉପସ୍ଥିତ ସାଂସଦମାନେ ପ୍ରତିବାଦ କରୁଥିବା ଟିଏମ୍ସିର ପ୍ରବକ୍ତା ସକେତ ଗୋଖଲେ କହିଛନ୍ତି ।
ମଣିପୁର ହିଂସାକୁ ନେଇ ଗତକାଲି ସରକାରଙ୍କ ଜବାବ ଅଡ଼ି ବସିଥିବା ସଞ୍ଜୟ ସିଂହଙ୍କ ଉପରେ ନିଲମ୍ବନ ଆଦେଶ ଲଗାଯିବାରୁ ଏହାକୁ INDIA ର ସାଂସଦମାନେ ତୀବ୍ର ବିରୋଧ କରିଛନ୍ତି। ଗତକାଲି ରାତିରେ ସଞ୍ଜୟ ସିଂହ ମଧ୍ୟ ପାଲାମେଣ୍ଟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା।
ସଂସଦ ଅଧିବେଶନ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ମଣିପୁର ଝଡ଼ ଯୋଗୁ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲି ପାରୁନି। ବିରୋଧୀମାନେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଜିଦ୍ରେ ଅଡ଼ି ବସିଥିବା ବେଳେ ଗୃହ କାର୍ଯ୍ୟ ସୁଚାରୂ ରୂପେ ସମ୍ପାଦନା ହୋଇ ପାରୁନି।
ସଂଖ୍ୟାବହୁଳ ମୈତୈ ଓ ସଂଖ୍ୟାଲଘୁ କୁକି ଆଦିବାସୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ଯୋଗୁ ଇତି ମଧ୍ୟରେ ୧୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ୫୦ ହଜାରରୁ ଅଧିକ ଲୋକ ବାସହୀନ ଅବସ୍ଥାରେ ବିଭିନ୍ନ କ୍ୟାମ୍ପରେ ଆଶ୍ରୟ ନେଉଛନ୍ତି।
କିଛି ଦିନ ତଳେ ଗୋଟିଏ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ମୈତୈ ସଂପ୍ରଦାୟର ଶତାଧିକ ଲୋକ କୁକି ସଂପ୍ରଦାୟର ୨ ଜଣ ମହିଳାଙ୍କୁ ନିବସ୍ତ୍ର କରି ଚଲାଇ ଚଲାଇ ନେଉଥିଲେ। ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/FE3eX2k
No comments:
Post a Comment