ଏନଡିଏ ମଞ୍ଚରେ ରୋଚକ ଦୃଶ୍ୟ; ଦୂରେଇ ଗଲା ଫାଟ, ଏକାଠି ହେଲେ ଦାଦା- ପୁତୁରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 18, 2023

ଏନଡିଏ ମଞ୍ଚରେ ରୋଚକ ଦୃଶ୍ୟ; ଦୂରେଇ ଗଲା ଫାଟ, ଏକାଠି ହେଲେ ଦାଦା- ପୁତୁରା

ଗତକାଲି ଦିଲ୍ଲୀରେ ବସିଥିବା ଏନଡିଏ ବୈଠକରେ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଥିଲା ରଣନୀତି । ଏହି ଅବସରରେ INDIAକୁ କାଉଣ୍ଟର କରିବାକୁ ବି ହୋଇଛି ଯୋଜନା। ମାତ୍ର ଇତି ମଧ୍ୟରେ ଏନଡିଏ ମଞ୍ଚରେ ଦେଖିବାକୁ ମିଳିଥିଲା କିଛି ରୋଚକ ଦୃଶ୍ୟ।

ରାମ ବିଳାସ ପାଶୱାନଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଓ ଭାଇଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ରହିଆସିଥିବା ଫାଟ ଗତକାଲି ଏନଡିଏ ମଞ୍ଚରେ କାଲି ମିଳାଇ ଯାଇଛି। ସର୍ବସମ୍ମୁଖରେ ପୁରୁଣା ରାଗରୁଷା ଭୁଲି ଚିରାଗ ପାଶୱାନ ଦାଦା ପଶୁପତି ପାରସଙ୍କ ପାଦ ଛୁଇଁଥିବା ବେଳେ ଦାଦା ବି ତାଙ୍କୁ କୋଳାଇ ନେଇଛନ୍ତି ଦାଦା । ଏଥିସହ ଦାଦା ପଶୁପତି ପାରସଙ୍କୁ ପାଇ ପୁତୁରା ଚିରାଗ ପାଶୱାନଙ୍କ ଛାତି ବି କୁଣ୍ଢେମୋଟ ହୋଇ ଯାଇଛି।

ବରିଷ୍ଠ ରାଜନେତା ରାମ ବିଳାସ ପାଶୱାନଙ୍କ ମୃତ୍ୟୁ ପରେ ତାଙ୍କ ଦଳ ଲୋକ ଜନଶକ୍ତି ପାର୍ଟି ଦୁଇ ଫାଳ ହୋଇ ଯାଇଥିଲା। ସେଥିରୁ ଗୋଟିଏ ଫାଳର ନେତୃତ୍ୱ ଚିରାଗ ପାଶୱାନ ନେଉଥିବା ବେଳେ ଅନ୍ୟ ଫାଳଟି ତାଙ୍କ ଦାଦା ପଶୁପତି ପାରସଙ୍କ ନିକଟରେ ରହିଛି।

ଉଭୟ ଦଳ ଆସନ୍ତା ନିର୍ବାଚନରେ ହାଜିପୁର ଲୋକସଭା ସିଟ୍‌ ପାଇଁ ଲଢ଼ିବେ ବୋଲି ରୋକଠୋକ ଶୁଣାଇ ଦେଇଥିବା ବେଳେ ପଛକୁ ଫେରିବାର ପ୍ରଶ୍ନ ଉଠୁନି ବୋଲି କହି ସାରିଛନ୍ତି। ଏଥିସହ ଉଭୟ ପାର୍ଟି ପରସ୍ପର ସହ ବିଲୟ ହେବାର କୌଣସି ସମ୍ଭାବନା ନ ଥିବା ପଶୁପତି ପାରସ ସଫା ସଫା କହି ସାରିଛନ୍ତି।

ରାମ ବିଳାସ ପାଶୱାନଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ପଶୁପତି ପାରସ ଏବେ ଏନଡିଏ ସରକାରରେ କେନ୍ଦ୍ର ମନ୍ତ୍ରୀ ଅଛନ୍ତି। ଏଥିଯୋଗୁ ଦୀର୍ଘ ଦିନ ହେବ ବିଜେପି ଉପରେ ଖୁସି ନ ଥିବା ତଥା ଦୂରତା ବଜାୟ ରଖୁଥିବା ଚିରାଗ ଏଥର କିନ୍ତୁ ନିଜ ମନକୁ ବଦଳାଇଛନ୍ତି।

ଏପରିକି ଗତ ସୋମବାର ସେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରି ସାରିଛନ୍ତି। ଏହାପରେ ସେ ଏନଡିଏରେ ସାମିଲ ହୋଇଛନ୍ତି ।

ଇତି ମଧ୍ୟରେ ଗତକାଲି ଏନଡିଏ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିରାଗ ପାଶୱାନଙ୍କୁ କୁଣ୍ଡାଇ ପକାଇ ଦଳକୁ ସ୍ୱାଗତ କରିଛନ୍ତି। ଏନେଇ ଗଣମାଧ୍ୟମ ସହ ଆଲୋଚନା କରି ଚିରାଗ କହିଛନ୍ତି, ବିଜେପି ସହ ସକରାତ୍ମକ ଚର୍ଚ୍ଚା ପରେ ଏନଡିଏରେ ସାମିଲ ହୋଇଛି। ଆସନ୍ତା ନିର୍ବାଚନରେ ଏନଡିଏ ବିହାରର ସମୁଦାୟ ୪୦ଟି ଲୋକସଭା ସିଟ୍‌ ଜିତିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ନିଜ ଦାଦାଙ୍କ ସହ ସମ୍ପର୍କ ବିଷୟରେ ଚିରାଗ କହିଛନ୍ତି, ସେ ମୋ’ ପାଇଁ ପିତା ସମାନ। ତାଙ୍କ ଉପରେ କୌଣସି ରାଗରୁଷା କି ଅଭିମାନ ନାହିଁ। ଆମ ମଧ୍ୟରେ ସାମାନ୍ୟ ମତଭେଦ ଥିଲା, ଏବେ ତାହା ଦୂରେଇ ଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/U3aC1fd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages