ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ୩ ଦିନ ଧରି ବର୍ଷା ଲାଗିରହିବା ଯୋଗୁ ସ୍ଥିତି ବେହାଲ ହୋଇପଡ଼ିଛି। କେରାଣ୍ଡି ପଞ୍ଚାୟତର ଡାଳିମ୍ୱପୁର୍ ନିକଟରେ ଥିବା ଅସ୍ଥାୟୀ ପୋଲ ଧୋଇଯିବା ଯୋଗୁ ୩ଟି ଗାଁର ଲୋକେ ଓଡ଼ିଶାରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ୩ଟି ଗାଁର ଲୋକେ ପାରଳାଖେମୁଣ୍ଡି ଆସିବା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି।
ଡାଳିମ୍ୱପୁର୍ ନିକଟରେ ବ୍ରିଜ୍ କାମ ଚାଲିଥିବା ଯୋଗୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲା। ହେଲେ ଲଗାଣ ବର୍ଷା ଯୋଗୁ ଏହି ଅସ୍ଥାୟୀ ପୋଲଟି ଗତକାଲି ଧୋଇ ଯାଇଛି। ଯାହାଫଳରେ ଅମରା, ରାଟିଣି ଓ ଡାଳିମ୍ୱପୁର ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ୩ଟି ଗାଁର ଲୋକେ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି। ୧୨ କିଲୋମିଟର ବୁଲି ସଦର ମହକୁମାକୁ ଆସୁଛନ୍ତି। ଯାହାଫଳରେ ଲୋକେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ଗତକାଲି ରାତିରେ ଅସ୍ଥାୟୀ ପୋଲଟି ଭାଙ୍ଗି ଯିବାପରେ ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ ସମୀକ୍ଷା କରିଥିଲେ। ସୁରକ୍ଷା ଦୃଷ୍ଟିରୁ ୫୦୦ ମିଟର ଦୂରରେ ବାରିକେଡ କରି ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଲୋକମାନଙ୍କୁ ସେଠାକୁ ଯିବାକୁ ବାରଣ କରାଯାଇଛି। ହେଲେ ଏପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ଲୋକମାନଙ୍କ ପାଇଁ ସମସ୍ୟା ସମାଧାନ ନେଇ କୌଣସି ପଦକ୍ଷେପ ନିଆଯାଇନି। ଯାହାକୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପୂର୍ବନୁମାନ କରିଛି। ଏହି ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/pSAbYzJ
No comments:
Post a Comment