ଦୁଇଟି କାର୍‌ରେ ଆସିଲେ, ବନ୍ଧୁକ ଦେଖାଇ ଦୁଇ ଭାଇଙ୍କୁ ଟେକି ନେଇଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 21, 2023

ଦୁଇଟି କାର୍‌ରେ ଆସିଲେ, ବନ୍ଧୁକ ଦେଖାଇ ଦୁଇ ଭାଇଙ୍କୁ ଟେକି ନେଇଗଲେ

ଭଦ୍ର ଲୋକପରି ଦୁଇଟି କାର୍‌ରେ ଆସିଲେ କିଛି  ଦୁର୍ବୃତ୍ତ। ପରେ ଦୋକାନ ଭିତରେ ପଶି ବନ୍ଧୁକ ଦେଖାଇ ୨ ଭାଇଙ୍କୁ ଅପହରଣ କରିନେଇ ପଳାଇଗଲେ। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଅପହରଣ ହୋଇଥିବା ଦୁଇ ଭାଇ ହେଲେ କୃଷ୍ଣ ସାହୁ ଓ ପଞ୍ଚାନନ ସାହୁ। ଗଞ୍ଜାମ ଥାନା ଠାରୁ ଶହେ ମିଟର ଦୂର ପୁଇଁତଳା ଛକରେ ଏପରି ଘଟଣା  ଗତକାଲି ରାତିରେ ଘଟିଛି। 

ପୁଇଁତଳା ଛକରେ କୃଷ୍ଣଙ୍କର ଭେରାଇଟ ଷ୍ଟୋର ରହିଛି। ଗତକାଲି କୃଷ୍ଣ ଓ ତାଙ୍କ ଭାଇ ପଞ୍ଚାନନ ଏହି ଦୋକାନରେ ବସିଥିଲେ। କିଛି ଯୁବକ ଦୋକାନକୁ ଜିନିଷ କିଣିବା ପାଇଁ ଆସିଥିଲେ। ଜିନିଷ କିଣାବିକାକୁ ନେଇ ଯୁବକମାନଙ୍କ ସହ ଦୁଇ ଭାଇଙ୍କର ବଚସା ହୋଇଥିଲା। ପରେ ସେଠାରୁ ଯୁବକମାନେ ପଳାଇଯାଇଥିଲେ।  ତା’ର କିଛି ସମୟ ପରେ ଗୋଟିଏ ଧଳା ରଙ୍ଗ ଓ ନାଲି ରଙ୍ଗର କାର୍‌ରେ କିଛି  ଦୁର୍ବୃତ୍ତ ଆସିଥିଲେ। କୃଷ୍ଣଙ୍କ ଦୋକାନ ସମ୍ମୁଖରେ କାର୍‌ ରଖି ଭିତରକୁ ଆସିଥିଲେ। ପରେ ଦୁ‍ର୍ବୃତ୍ତମାନେ ଦୁଇ ଭାଇଙ୍କୁ ବନ୍ଧୁକ ଦେଖାଇ କାର୍‌ରେ ବସାଇ କୁଆଡେ ନେଇ ପଳାଇ ଯାଇଥିଲେ। ଅନ୍ୟ ଦୋକାନୀ ମାନେ ଏହା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଏନେଇ ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ।  

ଏହି ଘଟଣାକୁ ନେଇ ଗତକାଲି ରାତିରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଦୋକାନୀ ଓ ପରିବାର ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ NH ଅବରୋଧ କରିଥିଲେ। କୃଷ୍ଣ ଓ ପଞ୍ଚାନନଙ୍କୁ ଫେରାଇ ଆଣିବାକୁ ଦାବି କରିଥିଲେ। ଆଡସିନାଲ ଏସ୍‌ପି ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଦୁଇ ଭାଇଙ୍କୁ ଫେରାଇ ଆଣିବାକୁ ଆଡସିନାଲ ଏସ୍‌ପି ପ୍ରତିଶ୍ରୁତି ଦେଇଥିଲେ।  ପ୍ରତିଶ୍ରୁତି ମିଳିବା ରାସ୍ତରୋକ ହଟିଥିଲା।

 ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଆଡସିନାଲ ଏସ୍‌ପି ଅଧ୍ୟକ୍ଷତାରେ ଏକ ଟିମ୍‌ ଗଠନ କରିଛନ୍ତି। ଏହି ଟିମ୍‌  ଘଟଣାର ତଦନ୍ତ କରୁଛନ୍ତି।  ଦୁର୍ବୃତ୍ତ ମାନେ ଦୁଇ ଭାଇଙ୍କୁ ଅପହରଣ କରିବା ପୂର୍ବରୁ ଏକ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ। ଏହି  ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭିକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରୁଛି।

 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/bn0qoI8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages