ଜହ୍ନ ଅଭିମୁଖେ ଚନ୍ଦ୍ରଯାନ-3, ଆଜି ଅଲଗା ହେବ ଲ୍ୟାଣ୍ଡର୍ ବିକ୍ରମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 16, 2023

ଜହ୍ନ ଅଭିମୁଖେ ଚନ୍ଦ୍ରଯାନ-3, ଆଜି ଅଲଗା ହେବ ଲ୍ୟାଣ୍ଡର୍ ବିକ୍ରମ

ଇସ୍ରୋର ମୁନ୍ ମିଶନ ସ୍ୱପ୍ନ ଦିଗରେ ଅଗ୍ରସର ହେଉଛି ଚନ୍ଦ୍ରଯାନ-3। ଆଜି ଏହି ମିଶନ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିବ। ଚନ୍ଦ୍ରଯାନ-3ର ବିକ୍ରମ ଲ୍ୟାଣ୍ଡର ଆଜି ପ୍ରପଲସନ୍ ମଡ୍ୟୁଲରୁ ଅଲଗା ହେବାର କାର୍ଯ୍ୟକ୍ରମ ରହିଛି। ଏହି ସୋପାନ ଅତିକ୍ରମ କରିବା ପରେ ଆସନ୍ତା 23ରେ ଲ୍ୟାଣ୍ଡର୍ ଏବଂ ରୋଭର, ପ୍ରଜ୍ଞାନ୍ ଚନ୍ଦ୍ରରେ ଅବତରଣ କରିବେ ବୋଲି ଆଶା କରାଯାଉଛି। ଯଦି ସଫଳ ଅବତରଣ ହୁଏ ତେବେ ଭାରତ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ବିଶ୍ୱର ଚତୁର୍ଥ ଦେଶ ହୋଇଯିବ।

ତେବେ ଆଜି ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ସ୍ପେସକ୍ରାଫ୍ଟରୁ ଅଲଗା ହେବା ପରେ ପ୍ରଜ୍ଞାନ୍ ରୋଭରର ଚିତ୍ର ଉତ୍ତୋଳନ କରିବ। ପ୍ରଜ୍ଞାନ ରୋଭରରେ ଚନ୍ଦ୍ରପୃଷ୍ଠର ଗତିବିଧି ଉପରେ ନଜର ରଖିବା ପାଇଁ ଯନ୍ତ୍ରପାତି ଖଞ୍ଜା ଯାଇଛି। ବିକ୍ରମ ଲ୍ୟାଣ୍ଡର ଏ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଦେବାରେ ସହଯୋଗ କରିବ। ଇସ୍ରୋର ମୁନ୍ ମିଶନ ଚନ୍ଦ୍ରାୟନ-3 ଗତକାଲି ଏହାର ପଞ୍ଚମ ତଥା ଅନ୍ତିମ ଚନ୍ଦ୍ର କକ୍ଷପଥକୁ ସଫଳତାର ସହ ସମାପ୍ତ କରିଥିଲା। ଗତକାଲି, ଇସ୍ରୋ ସଫଳତାର ସହିତ ଚନ୍ଦ୍ରଯାନ-3 ମହାକାଶଯାନକୁ ଚନ୍ଦ୍ରର ଚାରିପାଖରେ 153 କିମିx163କିମି ବୃତ୍ତାକାର କକ୍ଷପଥରେ ସ୍ଥାନିତ କରିଛି।

ଏହି ପ୍ରକ୍ରିୟା ଶେଷ ହେବା ପରେ ସ୍ପେସକ୍ରାଫ୍ଟ ଚନ୍ଦ୍ର ପୃଷ୍ଠକୁ ଆହୁରି ନିକଟତର ହୋଇଛି। ଏହାପରେ ପ୍ରପଲସନ୍ ମଡ୍ୟୁଲରୁ ଲ୍ୟାଣ୍ଡିଂ ମଡ୍ୟୁଲକୁ ଅଲଗା କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବିକ୍ରମ ଲ୍ୟାଣ୍ଡର୍ ମହାକାଶଯାନଠାରୁ ଅଲଗା ହେବା ପରେ, ପ୍ରପଲସନ୍ ମଡ୍ୟୁଲ୍ ସମାନ କକ୍ଷପଥରେ ଏହାର ଯାତ୍ରା ଜାରି ରଖିବ। ଏହାର ଠିକ୍ 7 ଦିନ ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ୍ ଲ୍ୟାଣ୍ଡିଂ କରିବାର ଆଶା କରାଯାଉଛି।

ଜୁଲାଇ 14 ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ LVM3 ରକେଟ୍ ଦ୍ୱାରା ଚନ୍ଦ୍ରଯାନ-3 ମହାକାଶକୁ ଉତକ୍ଷେପଣ କରାଯାଇଥିଲା। ଏହି ମିଶନକୁ ନେଇ ଖୁବ୍ ଆଶାବାଦୀ ରହିଛି ଇସ୍ରୋ। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/h08cHnp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages