୯ ବର୍ଷର ନାବାଳକ ଫୁଟାଇଲା ଗୁଳି; ଟଳି ପଡ଼ିଲା ୬ ବର୍ଷର ନାବାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 16, 2023

୯ ବର୍ଷର ନାବାଳକ ଫୁଟାଇଲା ଗୁଳି; ଟଳି ପଡ଼ିଲା ୬ ବର୍ଷର ନାବାଳକ

ଖେଳୁ ଖେଳୁ ହାତରେ ପଡ଼ିଗଲା ବନ୍ଧୁକ । ଆଉ ହାତ ବାଜୁ ବାଜୁ ଫୁଟିଗଲା ଗୁଳି। ବନ୍ଧୁକଟି ଜଣେ ୯ ବର୍ଷର ନାବାଳକ ଧରିଥିବା ବେଳେ ଗୁଳିଟି ଜଣେ ୬ ବର୍ଷ ନାବାଳକ ମୁଣ୍ଡରେ ବାଜିଲା। ଫଳରେ ଘଟଣାସ୍ଥଳରେ ହିଁ ପିଲାଟି ଟଳି ପଡ଼ିଲା। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଯୁକ୍ତରାଷ୍ଟ୍ର ଆମେରିକାରର ‍ଫ୍ଲୋରିଡ଼ାରେ ଘଟିଛି।

ପୁଲିସ୍‌ ସୂଚନା ଅନୁଯାୟୀ, ଉଭୟ ନାବାଳକ ଘରେ ଜଣେ ବୟସ୍କ ବ୍ୟକ୍ତିଙ୍କ ଉପସ୍ଥିତିରେ ଖେଳୁଥିଲେ। ମାତ୍ର ତାହା ମଧ୍ୟରେ ୯ ବର୍ଷ ନାବାଳକର ହାତରେ ଘରେ ଥିବା ବନ୍ଧୁକଟି ପଡ଼ି ଯାଇଥିଲା। ଏହାପରେ ସେ ତାହାକୁ ଫୁଟାଇ ଦେଇଥିବା ବେଳେ ସେଥିରୁ ଗୋଟିଏ ଗୁଳି ବାହାରିଥିଲା। ଉକ୍ତ ଗୁଳିଟି ୬ ବର୍ଷର ନାବାଳକଙ୍କ ମୁଣ୍ଡରେ ବାଜି ଯାଇଥିଲା।

ଫଳରେ ଘଟଣାସ୍ଥଳରେ ହିଁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ଟଳି ପଡ଼ିଥିଲେ। ଘରେ ଥିବା ବୟସ୍କ ବ୍ୟକ୍ତିଜଣକ ଗୁଳି ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ତୁରନ୍ତ ପିଲାଟିକୁ ନିକଟସ୍ଥ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଗୁଳି ଚଳାଇଥିବା ନାବାଳକଙ୍କ ପିତାମାତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ତଦନ୍ତରୁ ୯ ବର୍ଷୀୟ ନାବାଳକ କୌଣସି ଅପରାଧ ଘଟାଇବା ଉଦ୍ଦେଶ୍ୟ ନେଇ ଏହି ଗୁଳି ଫୁଟାଇ ନ ଥିବା ଜଣାଯାଇଛି। ଉଭୟ ଖେଳୁ ଖେଳୁ ଏପରି ଏକ କାଣ୍ଡ ଘଟି ଯାଇଥିବା ବେଳେ ଏ ନେଇ କୌଣସି ମାମଲା ରୁଜୁ ହୋଇନି ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/u4k02Pe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages