ମାଡ଼ି ବସିଲା ଡେଙ୍ଗୁ, ମ୍ୟାଲେରିଆ ସାଙ୍ଗକୁ ଲେପଟୋସ୍ପିରୋସିସି, ଆଖି ବୁଜିଲେ ନାବାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 30, 2023

ମାଡ଼ି ବସିଲା ଡେଙ୍ଗୁ, ମ୍ୟାଲେରିଆ ସାଙ୍ଗକୁ ଲେପଟୋସ୍ପିରୋସିସି, ଆଖି ବୁଜିଲେ ନାବାଳକ

ଡେଙ୍ଗୁ, ମ୍ୟାଲେରିଆ ସାଙ୍ଗକୁ ଲେପଟୋସ୍ପିରୋସିସି ବି ମାଡ଼ି ବସିଲା । ଏକ ସଙ୍ଗେ ୩ ପ୍ରକାର ରୋଗ ଆକ୍ରାନ୍ତ କରିବାରୁ ଗୁରୁତର ହୋଇ ପଡ଼ିଥିବା ନାବାଳକ ଶେଷରେ ସେ ଆଖି ବୁଜିଛନ୍ତି। ମୁମ୍ବାଇରେ ଏ ପ୍ରକାର ଏକ ଘଟଣା ସାମନାକୁ ଆସିଥିବା ବେଳେ ମୃତ ନାବାଳକଜଣକଙ୍କ ବୟସ ୧୪ ବର୍ଷ ବୋଲି ଜଣାଯାଇଛି।

ମୁମ୍ବାଇର କୁର୍ଲା ଅଞ୍ଚଳରେ ନାବାଳକଜଣକ ନିଜ ପରିବାର ସହ ରୁହନ୍ତି। ନାବାଳକଜଣକ ଅସୁସ୍ଥତା ହେତୁ ମେଡିସିନ ଖାଇବା ବଦଳରେ ପ୍ରଥମେ ପ୍ରାୟ ସପ୍ତାହେ କାଳ ଜଡ଼ିବୁଟି ଖାଇଥିଲେ। ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ନ ସୁଧୁରିବାରୁ ଗତ ୧୪ ତାରିଖରେ ସେ ନିକଟସ୍ଥ ହସ୍ପିଟାଲ ଯାଇଥିଲେ। ସେଠାରେ ସେ ମ୍ୟାଲେରିଆ ଓ ଡେଙ୍ଗୁ ଓ ଜଣ୍ଡିସରେ ପୀଡ଼ିତ ହୋଇଥିବା ଜଣାଯାଇଥିଲା। ଏହାପରେ ଅଧିକ ଟେଷ୍ଟ କରାଯିବାରୁ ତାଙ୍କୁ ଲେପଟୋସ୍ପିରୋସିସି ବି ଆକ୍ରାନ୍ତ କରି ସାରିଥିବା ଜଣାପଡ଼ିଲା। ଏହାପରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ତୁରନ୍ତ ମୁମ୍ବାଇର ନାୟର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ଡାକ୍ତରଙ୍କ ଶେଷ ଚେଷ୍ଟା ସତ୍ତ୍ୱେ ନାବାଳକଙ୍କ ଶରୀରର ବହୁ ଅଙ୍ଗ ଧୀରେ ଧୀରେ ଅଚଳ ହୋଇ ଯାଇଥିଲା। ଏହାପରେ ନାବାଳକଜଣକ ଆଖି ବୁଜିଥିବା ଜଣାଯାଇଛି।

ଏକ ସଙ୍ଗେ ଏପରି ୩ଟି ରୋଗରେ ଆକ୍ରାନ୍ତ ହେବା ବିରଳ ଓ ମୁଁ ମୋ’ କ୍ୟାରିଅରରେ ମାତ୍ର ଏପରି୨-୩ଟି କେସ୍‌ ଦେଖିଛି ବୋଲି ନାୟର ହସ୍ପିଟାଲର ମେଡିସିନ ଡିପାର୍ଟମେଣ୍ଟର ମୁଖ୍ୟ କହିଛନ୍ତି। ଏପରି ସ୍ଥିତିରେ ଶରୀରର ବହୁ ଅଙ୍ଗ ଏକ ସଙ୍ଗେ ଅଚଳ ହୋଇ ଯାଇଥିବାରୁ ରୋଗୀ ଜୀବନ ବଞ୍ଚାଇବା ଏକ ପ୍ରକାର ଚ୍ୟାଲେଞ୍ଜ ପାଲଟି ଯାଏ। ତଥାପି ଆଉ କିଛି ଦିନ ପୂର୍ବରୁ ରୋଗୀ ଆଡମିଟ ହୋଇଥିଲେ ହୁଏତ ସେ ଆଜି ବଞ୍ଚିଥାନ୍ତେ ବୋଲି ଡାକ୍ତର କହିଛନ୍ତି।

ଉଭୟ ମ୍ୟାଲେରିଆ ଓ ଡେଙ୍ଗା ମଶାବାହକ ଜ୍ୱର ହୋଇଥିବା ବେଳେ ଲେପଟୋସ୍ପିରୋସିସି ଏକ ବ୍ୟାକ୍ଟେରିଆଜନିତ ରୋଗ । ମୁଖ୍ୟତଃ ଘର ପାଖରେ ପାଣି ଜମି ହୋଇ ରହିଲେ ସେଥିରେ ଥିବା ବ୍ୟାକ୍ଟେରିଆରୁ ଏହି ରୋଗ ହୋଇଥାଏ। ମୁମ୍ବାଇରେ ଏବେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିବାରୁ ଏହା ଏବେ ଚିନ୍ତାର ବିଷୟ ପାଲଟିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Vfs3UFo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages