ରାସ୍ତାରେ ଶୋଇଥିବା ଗୋରୁଙ୍କ ଉପରେ ମାଡ଼ିଗଲା ଟ୍ରକ୍; ୧୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 30, 2023

ରାସ୍ତାରେ ଶୋଇଥିବା ଗୋରୁଙ୍କ ଉପରେ ମାଡ଼ିଗଲା ଟ୍ରକ୍; ୧୩ ମୃତ

ରାସ୍ତାଉପରେ ଶୋଇଥିବା ଗୋରୁଙ୍କୁ ଧକ୍କା ଦେଇ ଚା’ ଦୋକାନ ଉପରେ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣା ୧୩ ଗୋରୁଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସୌଭାଗ୍ୟ ବଃଶତ ଚା’ ଦୋକାନୀର କିଛି ହୋଇ ନାହିଁ। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଗାଁ ନିକଟରେ।

ଆଜି ଭୋର ସମୟରେ ଟ୍ରକ୍‌ଟି ତାଳଚେରରୁ କାମାକ୍ଷାନଗର ଅଭିମୁଖେ ଯାଉଥିଲା। ଏହି ସମୟରେ ବାରିହାପୁର ଗାଁ ନିକଟରେ ରାସ୍ତା ଉପରେ ଗୋରୁ ଗୁଡ଼ିକ ଶୋଇଥିଲେ। ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ଗୋରୁଙ୍କ ଉପରେ ମାଡ଼ି ଯାଇଥିଲା। ପରେ ଚା’ ଦୋକାନ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ୧୩ଟି ଗୋରୁଙ୍କର ମୃତ୍ୟୁ ଘଟିଥିବା ବେଳେ ଚା’ ଦୋକାନୀର କିଛି ହୋଇ ନାହିଁ।

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Zbyz69l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages