ବସ୍ ଓ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ରାଜସ୍ଥାନର ନବଗଠିତ ଡିଡୱାନା-କୁଚାମନ ଜିଲ୍ଲାରେ ଶନିବାର ଘଟିଛି ଏହି ଘଟଣା।
ମୃତାହତମାନେ ଏକ ଭ୍ୟାନ୍ ଯୋଗେ ସିକରରୁ ନାଗପୁର ଯାଉଥିଲେ। ସେମାନେ ଏକ ବାହାଘରରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଖୁନ୍ଖୁନା ଥାନା ଅନ୍ତର୍ଗତ ବନ୍ଥାଡ଼ି ଗାଁ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ।
ଆହତ ଦ୍ୱୟଙ୍କୁ ପ୍ରଥମେ ବଙ୍ଗାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଜୟପୁର ସ୍ଥାନାନ୍ତର କରାଯାଇଥିଲା। ଏ ଦୁର୍ଘଟଣା କାହିଁକି ଘଟିଲା, ତାହା ସ୍ପଷ୍ଟ ହୋଇପାରିନାହିଁ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/p9s6Hcr
No comments:
Post a Comment