ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ହରାଇଲା ଭାରତ, ଆଜି ନର୍ଣ୍ଣାୟକ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 12, 2023

ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ହରାଇଲା ଭାରତ, ଆଜି ନର୍ଣ୍ଣାୟକ ଲଢ଼େଇ

ଶନିବାର ଫ୍ଲୋରିଡ଼ାରେ ଖେଳା ଯାଇଥିବା ଚତୁର୍ଥ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟ୍‌ରେ ପରାସ୍ତ କରିଛି ଭାରତ। ଏହା ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ୨-୧ରେ ପଛୁଆ ଥିବା ଭାରତୀୟ ଦଳ ସ୍ଥିତି ବରାବର କରିଛି। ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ରବିବାର (ଆଜି) ହେବ ନିର୍ଣ୍ଣାୟକ ଲଢ଼େଇ।

ଗତକାଲି ଟସ୍ ଜିତି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୭୮ ରନ୍ କରିଥିଲା। ଦଳ ପକ୍ଷରୁ ଶିମ୍ରୋନ ହେଟମାୟର ସର୍ବାଧିକ ୬୧ ରନ୍ (୩୯ ବଲ୍‌, ୩ ଚୌକା ଓ ୪ ଛକା) କରିଥିଲେ। ସେହିଭଳି ଶାଇ ହୋପ୍ ୪୫ ରନ୍ କରିଥିବା ବେଳେ ଓପନର କାଇଲ ମେୟର୍ସ ୧୭ ଓ ବ୍ରାଣ୍ଡନ କିଙ୍ଗ ୧୮ ରନ୍ କରିଥିଲେ। ୱିକେଟ କିପର ନିକୋଲାସ ପୂରନ ଓ ଅଧିନାୟକ ରୋବମାନ ପାୱେଲ ମାତ୍ର ୧ ରନ୍ ଲେଖାଏଁ କରିଥିଲେ। ଉଭୟ କୁଲଦୀପ ଯାଦବଙ୍କ ଦ୍ୱାରା ଆଉଟ୍ ହୋଇଥିଲେ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ୨ଟି ୱିକେଟ ନେଇଥିଲେ। ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ ଓ ମୁକେଶ କୁମାର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

୧୭୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ୧୭ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା। ଦୁଇ ଓପନର ଯଶସ୍ୱୀ ଜୈସ୍ୱାଲ ଓ ଶୁବମନ ଗିଲ ବଢ଼ିଆ ଖେଳିଥିଲେ। ସେମାନଙ୍କ ମଧ୍ୟରେ ୧୬୫ ରନ୍‌ (୯୪ ବଲ୍‌)ର ପାର୍ଟନରଶିପ୍ ହୋଇଥିଲା। ୧୫.୩ ଓଭରରେ ଦଳ ଶୁବମନ ଗିଲଙ୍କ ୱିକେଟ ହରାଇଥିଲା। ସେତେବେଳକୁ ଦଳୀୟ ସ୍କୋର ୧୬୫ ରନ୍‌ରେ ପହଞ୍ଚି ସାରିଥିଲା। ଯଶସ୍ୱୀ ଜୈସ୍ୱାଲ ଓ ତିଲକ ବର୍ମା ଅପରାଜିତ ରହି ମ୍ୟାଚ୍ ଜିତାଇ ଦେଇଥିଲେ।

ଯଶସ୍ୱୀ ଜୈସ୍ୱାଲଙ୍କୁ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ୫୧ଟି ବଲ୍‌ରୁ ୧୧ଟି ଚୌକା ଓ ୩ଟି ଛକା ସହାୟତାରେ ୮୪ ରନ୍ କରି ଅପରାଜିତ ରହିଥିଲେ। ଶୁବମନ ଗିଲ ୪୭ଟି ବଲ୍‌ରୁ ୩ଟି ଚୌକା ଓ ୫ଟି ଛକା ସହାୟତାରେ ୭୭ ରନ୍ କରିଥିବା ବେଳେ ରୋମାରିଓ ଶେଫର୍ଡଙ୍କ ବଲରେ ଶାଇ ହୋପଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ତିଲକ ବର୍ମା ୫ଟି ବଲରୁ ଗୋଟିଏ ଚୌକା ସହାୟତାରେ ୭ ରନ୍ କରି ଅପରାଜିତ ରହିଥିଲେ।

ଏହି ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଆଜି ଫ୍ଲୋରିଡାରେ ଖେଳାଯିବ। ଉଭୟ ଦଳ ଏହି ମ୍ୟାଚ୍‌କୁ ଜିତି ସିରିଜ ଜିତିବାକୁ ପ୍ରୟାସ କରିବେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/HOukFwm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages