ବାଦଲ ଫଟା ବର୍ଷାରେ ଚାଲିଗଲା ୭ ଜୀବନ, ଧୋଇଗଲା ବହୁ ରାସ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 13, 2023

ବାଦଲ ଫଟା ବର୍ଷାରେ ଚାଲିଗଲା ୭ ଜୀବନ, ଧୋଇଗଲା ବହୁ ରାସ୍ତା

ବାଦଲଫଟା ବର୍ଷାରେ ରାତି ଅଧରେ ଚାଲିଗଲା ୭ ଜୀବନ । ନିଶ୍ଚିତ ମୃତ୍ୟୁମୁଖରୁ ୬ ଜଣଙ୍କୁ ଉଦ୍ଧାର କରାଗଲା। ଏପରି ଏକ ଅଘଟଣ ଗତକାଲି ରାତିରେ ହିମାଚଳ ପ୍ରଦେଶର ସୋଲାନରେ ଘଟିଛି ।

ଗତ ୨୪ ଘଣ୍ଟା ହେଲା ନିକଟସ୍ଥ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗତ ରାତିରେ ହୋଇଥିବା ବାଦଲ ଫଟା ବର୍ଷା ହେତୁ ପରିସ୍ଥିତି ଅସମ୍ଭାଳ ରହିଛି। ଏଥିଯୋଗୁ ବହୁ ରାସ୍ତାରେ ଲ୍ୟାଣ୍ଡସ୍ଲାଇଡ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିବା ବେଳେ ସ୍ଥାନେ ସ୍ଥାନେ ବ୍ରିଜ ଧୋଇ ହୋଇ ଯାଇଛି। ରାଜ୍ୟର ବହୁ ନଦୀ ଉଛୁଳି ଥିବା ବେଳେ ରାସ୍ତା ଉପରେ ପାଣି ପ୍ରବାହିତ ହୋଇଛି।

ପ୍ରବଳ ବର୍ଷା ହେତୁ ସ୍ଥିତି ଅସମ୍ଭାଳ ହେବାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜକୁ ଆଜି ବନ୍ଦ ଘୋଷଣା କରିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ।

ଅତ୍ୟଧିକ ବର୍ଷା କାରଣରୁ ରାଜ୍ୟର ସମୁଦାୟ ୬୨୧ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଏହାବାଦ ସିମଲା ଓ ଚଣ୍ଡିଗଡ଼କୁ ଯୋଗାଯୋଗ କରୁଥିବା ସିମଲା - କାଲକା ଜାତୀୟ ରାଜପଥ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଗତ ୨ ସପ୍ତାହ ହେଲାଣି କ୍ଷତିଗ୍ରସ୍ତ ହୋଇଛି। ଫଳରେ ରାଜ୍ୟରେ ଗାଡ଼ି ଚଳାଚଳ ଏକପ୍ରକାର ବ୍ୟାହତ ହୋଇଛି ।

ଏହାବାଦ ଋଷିକେଶ- ଚାମ୍ବା ଓ ଋଷିକେଶ-ଦେବପ୍ରୟାଗ ଓ ଶ୍ରୀନଗର ଜାତୀୟ ରାଜପଥ ବର୍ଷାରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାରୁ ତାହାକୁ ବନ୍ଦ କରି ଦିଆଯାଇଛି। ଏହି ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଚାଲିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/PouOR5W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages