‘ଜନଗହଳିପୂର୍ଣ୍ଣ ଅଞ୍ଚଳରେ ରହିଛି ବୋମା । ତୁରନ୍ତ ଖୋଜି ବାହାର କରି ତାକୁ ନିଷ୍କ୍ରିୟ କର। ନଚେତ ଆଖି ପିଛୁଳାକେ ବହୁ ଧନ, ଜୀବନହାନୀ ହେବ। ’ ବାରମ୍ବାର ଏପରି ଫୋନ୍ କରି ହଇରାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ବାନ୍ଧିଛି ମୁମ୍ବାଇ ପୁଲିସ୍। ସମ୍ପୃକ୍ତ ୪୩ ବର୍ଷୀୟ ବ୍ୟକ୍ତିଜଣକ ଗତ ୫ ମାସରେ ପୁଲିସ୍କୁ ଏପରି ୭୯ ଥର କଲ୍ କରିଥିବା ଜଣାଯାଇଛି । ଗିରଫ ବ୍ୟକ୍ତିଙ୍କ ନାଁ ରୁକସର ଅହମଦ ।
ଗତ ଶନିବାର ରୁକସର ମୁମ୍ବାଇ ପୁଲିସ୍ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି ସହରରେ ଶହେ କେଜି ବୋମା ଥିବା କହିଥିଲେ। ଏହାପରେ ପୁଲିସ୍ ଘଟଣାର ସନ୍ଧାନ କରି ରୁକସରଙ୍କୁ ତାଙ୍କ ଘରୁ ଉଠାଇ ନେଇଛି। ରୁକସର ଜଣେ ଟେଲର ଭାବେ କାମ କରୁଥିବା ବେଳେ ତାଙ୍କ ମାନସିକ ସ୍ଥିତି ଭଲ ନ ଥିବା ପୁଲିସ୍ ପ୍ରକାଶ କରିଛି।
ଯାଞ୍ଚ ବେଳେ ରୁକସର ଗତ ୫ ମାସରେ ପୁଲିସ୍କୁ ୭୯ ଥର ଫୋନ୍ କରି ଏପରି ବିଭ୍ରାନ୍ତ କରିଥିବା ଜଣାଯାଇଛି ବୋଲି ଜଣେ କ୍ରାଇମବ୍ରାଞ୍ଚ ଅଧିକାରୀ କହିଛନ୍ତି। ପୁଲିସ୍ ଏହି ଘଟଣାର ଅଧିକ ତଦନ୍ତ କରୁଛି।
ଗତ ଜୁନ୍ରେ ମୁମ୍ବାଇ ପୁଲିସ୍ ମିଥ୍ୟା କଲ୍ କରିଥିବା ଅଭିଯୋଗରେ ପୁଡ଼ୁଚେରୀର ଜଣେ ୧୯ ବର୍ଷୀୟ ଯୁବକ ଯତିନ ପ୍ରଜାପତିଙ୍କୁ ଗିରଫ କରିଥିଲା। ସେ ହରିୟାଣା ପୁଲିସ୍କୁ ଫୋନ୍ କରି ମୁମ୍ବାଇ ଓ ଦିଲ୍ଲୀର ଏୟାରପୋର୍ଟରେ ବୋମା ଥିବା କହିଥିଲେ। ପୁଲିସ୍ ଏପରି ଖବର ପାଇ ତଲାସୀ ଅଭିଯାନକୁ ଜୋରଦାର କରିଥିବା ବେଳେ ପରେ ଏହା ମିଥ୍ୟା ପ୍ରମାଣିତ ହୋଇଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/XnC0hYo
No comments:
Post a Comment