୩ ଅଗଷ୍ଟ, ଗୁରୁବାର; କର୍ମକ୍ଷେତ୍ରରେ ଅପମାନିତ ହୋଇ ପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 2, 2023

୩ ଅଗଷ୍ଟ, ଗୁରୁବାର; କର୍ମକ୍ଷେତ୍ରରେ ଅପମାନିତ ହୋଇ ପାରନ୍ତି

ମେଷ: ଆଜି ଦିନଟି ଶୁଭପ୍ରଦ ହେବ, ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିବ । ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଲାଭ ମିଳିବ । ମହିଳା ଓ ଛାତ୍ରଛାତ୍ରୀଙ୍କୁ ମାନସିକ ଶାନ୍ତି ମିଳିବ ।

ବୃଷ : କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଅପମାନ ମିଳିବାରୁ ମନ ଦୁଃଖ ରହିବ । ନିର୍ମାଣଧୀନ କାର୍ଯ୍ୟ ପାଇଁ ବନ୍ଧୁଙ୍କଠାରୁ ସାହାଯ୍ୟ ଆଣିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ମିଥୁନ: କର୍ମକ୍ଷେତ୍ରରେ ଗୁପ୍ତଶତ୍ରୃ ବୃଦ୍ଧି ପାଇବେ । ଫଳରେ ମନ ବ୍ୟସ୍ତବିବ୍ରତ ରହିବ । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।ରାଜନୀତି କରୁଥିବା ବ୍ୟକ୍ତି ସଫଳତା ନପାଇବାରୁ ମନ ଭଲ ଲାଗିବ ନାହିଁ ।

କର୍କଟ: ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ଆଦାୟ ହେବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ଓ ସୁସ୍ୱାଦୁ ଭୋଜନ କରିବେ । ଛାତ୍ରଛାତ୍ରୀ ମାନେ ପାଠପଢ଼ାରେ ମନ ବଳାଇବେ ଓ ଚାକିରି ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ।

ସିଂହ: ବ୍ୟବସାୟରେ ଶୁଭଫଳ ମିଳିବ ନାହିଁ । କାହା ସହିତ କଳହ ହୋଇପାରେ । ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ ନାହିଁ । ସନ୍ତାନ ମାନଙ୍କ ପାଇଁ ବାପାମା’ ଚିନ୍ତାରେ ରହିବେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବାରୁ ବନ୍ଧୁ ସାହାଯ୍ୟ କରିବେ ।

କନ୍ୟା: ବ୍ୟବସାୟରେ ଲାଭ ପାଇବାରୁ ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ। ପଡୋଶୀଙ୍କ ସହିତ ଉତ୍ତମ ବୁଝାମଣା ରହିବ ଓ ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମଭାବ ସୃଷ୍ଟି ହେବ। ସୁସ୍ୱାଦୁ ଭୋଜନ କରିବେ ।

ତୁଳା: ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ ଓ ଦୂରଯାତ୍ରା କରି ମନ ଖୁସି ରହିବ ।

ବିଚ୍ଛା: ଶାରିରୀକ ସୁସ୍ଥତା ଦେଖା ଦେବା ସହ ମାନସିକ ଶାନ୍ତି ମିଳିବ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ।

ଧନୁ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ମନ ଭଲ ରହିବ ଓ ଶତୃମାନେ ଦୂର ହେବେ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ ।

ମକର: କର୍ମକ୍ଷେତ୍ରର ବ୍ୟସ୍ତତା ନେଇ ସୁଖ ଶାନ୍ତି ଦୂରେଇଯିବ । ଭାଗୀଦାର ବ୍ୟବସାୟରେ ବାଦବିବାଦ ମୁଣ୍ଡ ଟେକିପାରେ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ ।

କୁମ୍ଭ: ଦାମ୍ପତ୍ୟ ଜୀବନ ସୁଖମୟ ହେବ, କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ମହିଳାମାନେ ପାରିବାରିକ ପରିବେଶରେ ନିଜର ସ୍ଥିତି ସୁଦୃଢ କରିବେ । ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ ।

ମୀନ: ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମକ୍ଷେତ୍ରରେ ସମସ୍ତ ଦିଗରୁ ସାହାଯ୍ୟ, ସହଯୋଗ ଓ ସହାନୁଭୂତି ମିଳିବ । ଛାତ୍ରଛାତ୍ରୀ ବିଦ୍ୟାରେ ସଫଳତା ହାସଲ କରିବେ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/6x2gCGX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages