ବିପଦ ସଙ୍କେତ ଉପରେ ବୈତରଣୀ; ବହୁ ପଞ୍ଚାୟତ ଜଳାର୍ଣ୍ଣବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 2, 2023

ବିପଦ ସଙ୍କେତ ଉପରେ ବୈତରଣୀ; ବହୁ ପଞ୍ଚାୟତ ଜଳାର୍ଣ୍ଣବ

ଲଘୁଚାପ ପ୍ରଭାବରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲିଠୁ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ରାଜଘାଟ ଓ ଆଖୁଆପଦାଠାରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ଭଣ୍ଡାରିପୋଖରୀରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସରକାରୀ. ବେସରକାରୀ ସ୍କୁଲ ସମେତ ଅଙ୍ଗନୱାଡି କେନ୍ଦ୍ରକୁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଆଜି ସକାଳ ୬ଟା ସୁଦ୍ଧା ଭଦ୍ରକ ଆଖୁଆପଦା ଆନିକଟଠାରେ ଵୈତରଣୀ ନଦୀର ଜଳସ୍ତର ୧୯.୮୮ମିଟର ରହିଛି। ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଏବେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର। ଏପଟେ ବନ୍ୟା ଜଳ ଧିରେ ଧିରେ ଚାଷ ଜମିକୁ ମାଡି ଚାଲିଛି।

ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ରହଣିଆ, ମାଳଦା, ନପଙ୍ଗ, କୁରିଗାଁ, ବନ୍ଦୋଳ ମଢିଆଳି ଓ ଝୁଟଣା ଆଦି ପଞ୍ଚାୟତ ସମେତ ଆଖପାଖ ପଞ୍ଚାୟତ ଜଳାର୍ଣ୍ଣବ ହୋଇଛି। ଅନ୍ୟ ପଞ୍ଚାୟତକୁ ମଧ୍ୟ ପାଣି ମାଡୁଛି।  ଦୋଵଲ, ସୋହଡା, ଖଡିପଦା, ଆନନ୍ଦପୁର, ଖଡିପଦା, କରଦା, ପଧାନୀ, ଅର୍ଜ୍ଜୁନପର ପଞ୍ଚାୟତ ସଂପୂର୍ଣ୍ଣ ଜଳାର୍ଣ୍ଣବ ହୋଇସାରିଛି। ଗତକାଲି ରାତିରୁ ଅନେକ ପଞ୍ଚାୟତ ଜଳବନ୍ଦୀ ହୋଇଛି ।

ବୈତରଣୀ ନଦୀ ଫୁଲୁଥିବାରୁ ଏହାର ଶାଖା ନଦୀରେ ମଧ୍ୟ ଜଳ ପ୍ରବାହିତ ହେଉଛି।  ଏହା ପ୍ରଭାବରେ ଯାଜପୁର ଜିଲ୍ଲା କୋରେଇ ବ୍ଲକର ରଣପୁର ଗୌରପୁର, ମୁକୁନ୍ଦପୁର, ବନ୍ଦାଳ, ମୁଳାପାଳ ପଞ୍ଚାୟତର ଏକାଧିକ ଗାଁ ଜଳ ମଗ୍ନ ହୋଇଛି।

ଉଚ୍ଚ ସ୍ଥାନରେ ଆଶ୍ରୟ ନେବାକୁ ଲୋକଙ୍କୁ ସଚେତନ କରିଛି ବ୍ଲକ ପ୍ରଶାସନ। ପାଣି ବଢ଼ିବାର ଆଶଙ୍କା ଥିବାରୁ ଲୋକେ ଏକପ୍ରକାର ଭୟଭୀତ ଅଛନ୍ତି। ବିଡିଓ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହିତ ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

ସେପଟେ କେନ୍ଦୁଝର ଆନନ୍ଦପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ଉପରମୁଣ୍ଡରେ ବର୍ଷା ଯୋଗୁଁ ବୈତରଣୀ ଆହୁରି ଫୁଲିବାର ଆଶଙ୍କା ଅଛି। ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ବନ୍ୟା ଆଶଙ୍କା ଘାରିଛି। ବୈତରଣୀର ପାଣି ଘେରରେ ରହିଛି ସମଣା ପଞ୍ଚାୟତର ଗୋବିନ୍ଦପୁର, ଚାପୁଣ୍ଡିଆ, ସମଣା, କଦମଡିହି ଗାଁ । କାରଣ ହାଟଡିହି ବ୍ଲକ ଅଣା-ସମଣା ରାସ୍ତାର ବାହାରିପୁରରେ ୫ ଫୁଟର ପାଣି ଚାଲୁଛି।

ସେହିପରି ଗେଡ଼ମା-ଆଇତିପୁର ରାସ୍ତାର ରାଘବପୁର ନିକଟରେ ୪ ଫୁଟର ପାଣି ଚାଲୁଛି। ଏହି କାରଣରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି ରାଘବପୁର, ଆଇତିପୁର, ନୂଆଁଗାଁ, ଅମୃତପୁର । ଗୋବିନ୍ଦପୁର ଓ ବାହାରିପୁରର କିଛି ଲୋକ ଛେଳି ଚରାଇବାକୁ ଯାଇ ପାଣି ଘେରରେ ଫସି ଯାଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି।

କେନ୍ଦୁଝରର ସାହାରାପଡ଼ାରେ ସର୍ବାଧିକ ୨୭୬. ୮ ମିମି ବର୍ଷା ରେକର୍ଡ ହୋଇଛି। ଚଳିତ ବର୍ଷାରେ ଏହି ଜିଲ୍ଲାରୁ ଜଣକର ମୃତ୍ୟୁ ହୋଇଥିବାର ମଧ୍ୟ ଅଭିଯୋଗ ହୋଇଛି। ୨୦୮ଟି ଘର ଭାଙ୍ଗିଥିବା ବେଳେ ୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ତଳିଆ ଅଞ୍ଚଳରୁ ପ୍ରାୟ ୩ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଚଳିତ ବର୍ଷାରେ କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକର ୭୨ଟି ପଞ୍ଚାୟତ ଓ ୫ଟି ମ୍ୟୁନସିପାଲଟିର ୨୫ଟି ୱାର୍ଡ କ୍ଷତିଗ୍ରସ୍ତ ହୋଇଛନ୍ତି ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/jFgxoqE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages