ପୂର୍ବତନ ସରପଞ୍ଚଙ୍କ ଘରେ ପଶିଲା ଭିଜିଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 22, 2023

ପୂର୍ବତନ ସରପଞ୍ଚଙ୍କ ଘରେ ପଶିଲା ଭିଜିଲାନ୍ସ

ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହେବା ପରେ ପୂର୍ବତନ ସରପଞ୍ଚଙ୍କ ଘରେ ପଶିଲା ଭିଜିଲାନ୍ସ। ଭିଜିଲାନ୍ସ ଟିମ୍‌ ପୂର୍ବତନ ସରପଞ୍ଚଙ୍କ ଘର ସମେତ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରୁଛି। ଏହି ସରପଞ୍ଚଜଣକ ହେଲେ କଟକ ଜିଲ୍ଲା ଡମପଡା ବ୍ଲକ ଦୁଲଣାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନୀଲ କୁମାର ସାହୁ ।

ମନେରେଗା ଯୋଜନା ସମେତ କୋଭିଡ ସମୟରେ ଆସିଥିବା ଅର୍ଥ ତଥା ଆହୁରି ବହୁ ଯୋଜନାର ଅର୍ଥକୁ ସୁନିଲ କୁମାର ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୂର୍ବରୁ ଲୋକାଯୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ଲୋକାୟୁକ୍ତ ଏହାର ତଦନ୍ତ ଭାର ଭିଜିଲାନ୍ସକୁ ଦେଇଥିଲେ।

ଭିଜିଲାନ୍ସ ପୂର୍ବରୁ ପଞ୍ଚାୟତର ବିଭିନ୍ନ କାମର  ତଦନ୍ତବେଳେ ଆଜି ଭୋରୁ ତାଙ୍କ ଘରେ ପଶିଛି। ଆଜି ଏକକାଳୀନ ଭିଜିଲାନ୍ସ ସୁନୀଲଙ୍କ ଘର ସମେତ ତାଙ୍କ ଶ୍ୱଶୁର ଘର ଓ ପେଟ୍ରୋଲ ଟାଙ୍କିରେ ବି ଚଢ଼ାଉ ହୋଇଛି।

ଚଢ଼ାଉ ସମୟରେ ସୁନୀଲଙ୍କ ଘରୁ ବହୁ ସୁନା, ଗହଣା ତଥା ବିଭିନ୍ନ ବଣ୍ଡ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାଯାଇଛି। 

ସରକାରଙ୍କ ଅର୍ଥ ହଡ଼ପ କରି ସୁନୀଲ ତାହାକୁ ଚଳୁ କରିଥିବା ଅଭିଯୋଗ ହୋଇଥିଲା। ସେ ପଞ୍ଚାୟତରେ ଅନେକ ଫଲ୍ସ ବିଲ କରି ଅର୍ଥ ହଡପ କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ଏନେଇ ସୁନୀଲଙ୍କ ପ୍ରତିକ୍ରିୟା ମିଳିପାରିନି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/PinfdFU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages