ଓଭର ଲୋଡିଂ ହେବାରୁ ରାସ୍ତା ମଝିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ । ଫଳରେ ଅଟୋରେ ଥିବା ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଦ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ କଟକ ଜିଲ୍ଲା ନରସିଂହପୁରରେ ଘଟିଛି।
ଆଜି ନରସିଂହପୁର ବ୍ଲକର ଚମ୍ପେଶ୍ୱର ହାଟ ଥିବା ବେଳେ ଏକ ଅଟୋରେ ୯ ମହିଳା ସେଠାକୁ ଯାଉଥିଲେ। ମାତ୍ର ଅତ୍ୟଧିକ ଯାତ୍ରୀ ହୋଇ ଅଟୋଟି ଭାରସାମ୍ୟ ହରାଇ ଓଲବ ଘାଟି ରାସ୍ତା ନିକଟରେ ଓଲଟି ପଡ଼ିଥିଲା।
ସ୍ଥାନୀୟ ଲୋକେ ତୁରନ୍ତ ଅଟୋରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଆମ୍ବୁଲାନ୍ସ ସାହାଯ୍ୟରେ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ସେଠାରେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ସେମାନଙ୍କୁ କଟକ ରେଫର କରାଯାଇଛି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଟୋ ଚାଳକଙ୍କୁ ପଚରାଉଚରା କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/oj7aDq6
No comments:
Post a Comment