ପାଙ୍ଗୋଙ୍ଗ ହ୍ରଦ କୂଳରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 19, 2023

ପାଙ୍ଗୋଙ୍ଗ ହ୍ରଦ କୂଳରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ

ଆଜି ହେଉଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧିଙ୍କ ୭୯ତମ ଜୟନ୍ତୀ। ଏହି ଅବସରରେ ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ତାଙ୍କ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି।

ରାହୁଲ ଗାନ୍ଧି ପାଙ୍ଗୋଙ୍ଗ ହ୍ରଦକୁ ବାଇକରେ ଆସିଥିଲେ। ସେ ଗତକାଲି ଠାରୁ ଏଠାରେ ପହଞ୍ଚିଥିଲେ। ଆଉ ଆଜି ସକାଳେ ତାଙ୍କ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ଲଦାଖରେ ରହିବାର କାର୍ଯ୍ୟକ୍ରମ ରହିଛି।

ରାହୁଲ ତାଙ୍କ ‘X’ (ପୂର୍ବର ଟ୍ୱିଟର) ଆକାଉଣ୍ଟରେ ଲେଖିଛନ୍ତି- ବାପା, ଭାରତ ପାଇଁ ଆପଣ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଅମୂଲ୍ୟ ସ୍ମୃତି ହୋଇ ଝଲସୁଛି। ଆପଣଙ୍କ ଚିହ୍ନ ମୋର ରାସ୍ତା। ସମସ୍ତ ହିନ୍ଦୁସ୍ତାନୀଙ୍କ ସଂଘର୍ଷ ଓ ସ୍ୱପ୍ନକୁ ବୁଝଛି। ଭାରତ ମା’ର ସ୍ୱରକୁ ଶୁଣୁଛି।

ଅନ୍ୟପକ୍ଷରେ ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବହୁ କଂଗ୍ରେସ ନେତା ଦିଲ୍ଲୀ ସ୍ଥିତି ବୀରଭୂମିକୁ ଯାଇ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ରାଜୀବ ଗାନ୍ଧି ୧୯୪୪ ମସିହା ଅଗଷ୍ଟ ୨୦ ତାରିଖରେ ଜନ୍ମ ହୋଇଥିଲେ। ମାତ୍ର ୪୦ ବର୍ଷ ବୟସରେ ସେ ହୋଇଥିଲେ ଭାରତର ପ୍ରଧାନମନ୍ତ୍ରୀ। ୧୯୮୪ରୁ ୧୯୮୯ ମସିହା ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ ରାଜୀବ। ୧୯୯୧ ମେ’ ୨୧ ତାରିଖରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରଠାରେ ଆତ୍ମଘାତୀ ବୋମା ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା।


 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/vJRsqwj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages