୮ ଦିନରେ ୩୦୦ କୋଟି ପାର୍‌ କଲା 'ଗଦର ୨' - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 19, 2023

୮ ଦିନରେ ୩୦୦ କୋଟି ପାର୍‌ କଲା 'ଗଦର ୨'

ବକ୍ସ ଅଫିସରେ ରାଜ୍‌ କରୁଛି ’ଗଦର-୨’। ସନି ଦେଓଲଙ୍କ ଅଭିନୀତ ’ଗଦର-୨’ ଭାରତ ସମେତ ବିଦେଶରେ ବି ଦମଦାର ରୋଜଗାର କରୁଛି । ଏହି ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରୁ ଦର୍ଶକଙ୍କ ଠାରୁ ମିଳିଛି ଜବରଦସ୍ତ ରେସପନ୍ସ । 'ଗଦର ୨’  କେବଳ ଭାରତରେ ୮ ଦିନରେ ୩୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। 

ସନ୍ନି ଦେଓଲ ଓ ଅମୀଷା ପଟେଲ ଅଭିନୀତ ଏହି ସିନେମା ପ୍ରଥମ ୭ ଦିନରେ ୨୮୩ କୋଟି ଟଙ୍କା ରୋଜଗାର କରିଥଲା । ତେବେ ଅଷ୍ଟମ ଦିନ ଅର୍ଥାତ୍ ଗତ ଶୁକ୍ରବାର ଏହି ଫିଲ୍ମ ୧୯ କୋଟିରୁ ଅଧିକ ଟଙ୍କା ଆୟ କରି ୩୦୦ କୋଟି କ୍ଲବରେ ପ୍ରବେଶ କରିଥିଲା। ଗତକାଲି (ଶନିବାର) ଏହା ୩୨ କୋଟି ଆୟ କରିଛି। ଏହା ସହିତ ଫିଲ୍ମର ଆୟ ୯ ଦିନରେ ୩୩୬ କୋଟି ଟପି ଯାଇଛି। ଆଜି ଅର୍ଥାତ୍ ଦଶମ ଦିନରେ ଏହା ୩୫୦ କୋଟି ଟପିବ ବୋଲି ଆଶା କରାଯାଉଛି। 

ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ସେହିପରି ଅକ୍ଷୟ କୁମାରଙ୍କ ‘OMG 2’ ଫିଲ୍ମ ସହିତ ‘ଗଦର-୨ ପ୍ରତିଦ୍ୱନ୍ଦ୍ୱିତା କରୁଛି ।

୨୦୦୧ ମସିହାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଗଦର: ଏକ ପ୍ରେମ କଥା’ର ସିକ୍ୱେଲ ହେଉଛି ‘ଗଦର-୨’ । ସେଥିରେ ବି ସନ୍ନି ଦେଓଲ ଓ ଅମିଷା ପଟେଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/o7nwbgz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages