ତାଳଦଣ୍ଡା କେନାଲକୁ ଖସିପଡ଼ିଲେ ଯୁବକ; ମିଳୁନି ପତ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 30, 2023

ତାଳଦଣ୍ଡା କେନାଲକୁ ଖସିପଡ଼ିଲେ ଯୁବକ; ମିଳୁନି ପତ୍ତା

ବ୍ରିଜ ଉପରେ ବସିଥିବା ବେଳେ ତାଳଦଣ୍ଡା କେନାଲକୁ ଖସି ପଡ଼ିଲେ ଯୁବକ। ଏପର୍ଯ୍ୟନ୍ତ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ। ଘଟଣା ଘଟିଛି କଟକ ଜିଲ୍ଲାରେ। ଯୁବକଙ୍କ ପରିଚୟ ମିଳିନାହିଁ।

ଗତକାଲି ଯୁବକ ଜଣଙ୍କ ରାଣୀହାଟ ସ୍ଥିତ ବ୍ରିଜ ଉପରେ ବସିଥିଲେ। ହଠାତ୍ ସେ ତାଳଦଣ୍ଡା କେନାଲ ତଳକୁ ଖସିପଡ଼ିଥିଲେ। ପ୍ରତ୍ୟକ୍ଷଦର୍ଶୀ ଏହି ଘଟଣାକୁ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ୨ଟି ଅଗ୍ନିଶମ ଟିମ୍ ପହଞ୍ଚି ନିଖୋଜ ବ୍ୟକ୍ତିକୁ ଖୋଜାଖୋଜି କରିଥିଲେ। ହେଲେ ଯୁବକ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ଆଜି ବି ନିଖୋଜ ଯୁବକଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି।

ଯୁବକ ଜଣଙ୍କ କିପରି ତାଳଦଣ୍ଡା କେନାଲକୁ ଖସିପଡ଼ିଲେ, ତାଙ୍କ ମୁଣ୍ଡାଇଲା କି ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।ଅସାବଧାନତା କାରଣରୁ ଯୁବକ ଜଣଙ୍କ ଖସିପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/sJQA3nF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages