ଶସ୍ତାରେ କରିବେ ବିମାନ ଯାତ୍ରା ! ଗୁଗୁଲ୍ ଆଣୁଛି ଫିଚର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 30, 2023

ଶସ୍ତାରେ କରିବେ ବିମାନ ଯାତ୍ରା ! ଗୁଗୁଲ୍ ଆଣୁଛି ଫିଚର୍

ମହଙ୍ଗା ବିମାନ ଯାତ୍ରା ସମୟରେ ଗୁଗୁଲ୍ ଆଣିଛି ଖୁସି ଖବର। ଏଣିକି କିପରି ଶସ୍ତାରେ ଫ୍ଲାଇଟ୍ ଟିକେଟ୍ ବୁକ୍ କରିବେ ତା'ର ବାଟ ବତାଇବ ଗୁଗୁଲ୍। ଏଥିପାଇଁ ଏକ ନୂଆ ଫିଚର୍ ଆଣିବାକୁ ଯାଉଛି। ଆଉ ଏହି ଫିଚର୍ ସାହାଯ୍ୟରେ କେଉଁ ବିମାନରେ, କେବେଠାରୁ ଏବଂ କେତେବେଳେ ଟିକେଟ୍ ବୁକ୍ କଲେ ଶସ୍ତାରେ ପାଇବେ ତାର ଉପାୟ ଜାଣିପାରିବେ। ଚଳିତ ସପ୍ତାହରେ ଗୁଗୁଲ୍ ଫ୍ଲାଇଟ୍ସ ଏହି ଫିଚର୍ ଲଞ୍ଚ୍ କରିବା ନେଇ ଲକ୍ଷ୍ୟ ରଖିଛି।

ଗୁଗୁଲ ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ, ଆଗକୁ ଆସୁଥିବା ଫିଚର୍ ସାହାଯ୍ୟରେ କେଉଁ ଫ୍ଲାଇଟ୍‌ କେତେବେଳେ କେତେ ଟଙ୍କାରେ ଟିକେଟ ଦେଉଛି ସହଜରେ ଜାଣିପାରିବେ। ଏଥିସହ କେଉଁ ସ୍ଥାନକୁ କେଉଁ ସମୟରେ ଯାତ୍ରା କଲେ ସୁବିଧାରେ ଟିକେଟ୍ ମିଳିବ ତା'ର ମଧ୍ୟ ବାଟ ବତାଇଦେବ। ଏଥିପାଇଁ ଗୁଗୁଲ୍ ଫ୍ଲାଇଟ୍ସରେ ହିଷ୍ଟୋରିକାଲେ ଟ୍ରେଡ୍ ଏବଂ ଡାଟା ଯୋଡା ଯାଇଛି। 

ଏହା ବ୍ୟତୀତ ଆଉ ଏକ ଆକର୍ଷଣୀୟ ଫିଚର୍ ରଖିଛି ଗୁଗୁଲ୍। ଟିକେଟ୍ ବୁକ୍ କରିବା ପରେ ଯଦି ମୂଲ୍ୟ ହ୍ରାସ ପାଏ, ତେବେ ଗୁଗୁଲ ଫ୍ଲାଇଟ୍ସ ଆପଣ ଅଧିକ ପୈଠ କରିଥିବା ଅର୍ଥ ଫେରସ୍ତ କରିଦେବ। ଯେଉଁମାନ ଦୀର୍ଘ ଦୁଇରୁ ତିନି ମାସ ପୂର୍ବରୁ ଟିକେଟ୍ କରିବା ପରଠାରୁ ଉଡାଣ ପର୍ଯ୍ୟନ୍ତ ଟିକେଟ୍ ଦାମ୍ କମିଲା କି ବଢିଲା ଚେକ୍ ସେମାନଙ୍କ ପାଇଁ ଏହା ଏକ ସୁଯୋଗ ଦେବ। ଯଦି କୌଣସି କାରଣ ବଶତଃ ବିମାନ ଟିକେଟ୍ ମୂଲ୍ୟ ହ୍ରାସପାଏ ତେବେ ଅବଶିଷ୍ଟ ଅର୍ଥ ରାଶି ଫେରସ୍ତ ପାଇପାରିବେ। ଗୁଗୁଲ୍ ପେ ମାଧ୍ୟମରେ ଏହି ଟଙ୍କା ଫେରସ୍ତ ପାଇପାରିବେ ବୋଲି ବ୍ଲଗ୍ ପୋଷ୍ଟରେ କହିଛି ଟେକ୍ ଜାଏଣ୍ଟ। 

ସବୁଠୁ ବଡ କଥା ହେଉଛି କି, ଏହି ସୁବିଧା ପାଇଁ ଆମଣଙ୍କୁ ବାରମ୍ୱାର ପେଜକୁ ଯାଇ ଚେକ୍ କରିବାକୁ ପଡିବନି। ଯଦି ଗୁଗୁଲ୍ ଫ୍ଲାଇଟ୍‌ସରେ ପ୍ରାଇସ୍ ଟ୍ରାକିଂ ସିଷ୍ଟମ୍‌କୁ ଟର୍ଣ୍ଣ ଅନ୍‌ କରି ରଖନ୍ତି, ତେବେ ଫ୍ଲାଇଟ୍ ଟିକେଟ୍ କମିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଆସିଯିବ। ଏହା ସହ ଯଦି କୌଣସି ନିର୍ଦ୍ଦିଷ୍ଟ ଦିନ କିମ୍ବା ତାରିଖ ପାଇଁ ପ୍ରାଇସ୍‌ ଟ୍ରାକିଂ କରିବାକୁ ଚାହୁଁଛନ୍ତି ତେବେ ଅପ୍ସନ୍ ବାରରେ ମଧ୍ୟ ଏହାର ସୁବିଧା ପାଇପାରିବେ। ଏଥିପାଇଁ ଗୁଗୁଲରେ ସାଇନ୍ ଇନ୍ କରି ଫ୍ଲାଇଟ୍ ଟିକେଟ୍ ବୁକକୁ ନେଇ ସମସ୍ତ ଡାଟା ଜାଣିପାରିବେ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/L1qMomH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages