ଫୁଲୁଛି ବ୍ରାହ୍ମଣୀ, ରାତି ସାରା ଟାପୁରେ ଫସି ରହିଲେ ଦୁଇ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 2, 2023

ଫୁଲୁଛି ବ୍ରାହ୍ମଣୀ, ରାତି ସାରା ଟାପୁରେ ଫସି ରହିଲେ ଦୁଇ ଯୁବକ

ଲଗାଣ ବର୍ଷା ହେତୁ ବ୍ରାହ୍ମଣୀ ନଦୀ ଫୁଲୁଥିବା ବେଳେ ଏହା ମଝିରେ ରାତି ସାରା ଫସି ରହିଲେ। ଦୁଇ ଯୁବକ । ଢେଙ୍କାନାଳ ଜିଲ୍ଲା ରାଧାଦେଇପୁର ପଞ୍ଚାୟତ ଅନ୍ତର୍ଗତ ନୁଆପଡା ଗ୍ରାମ ନିକଟରେ ଘଟିଛି ଏହି ଅଘଟଣ । ଆଜି ସକାଳୁ ମଝି ନଦୀରୁ ଯୁବକଦ୍ୱୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି।

ଯୁବକଦ୍ୱୟ ବ୍ରାହ୍ମଣୀରେ ଏକ ମେଗା ପ୍ରୋଜେକ୍ଟ ପାଇଁ ସିକ୍ୟୁରିଟି ଗାର୍ଡ ଭାବରେ ନିଯୁକ୍ତ ହୋଇଥିଲେ। ସେମାନେ ହେଲେ ନୂଆପଡା ଗାଁର ଅନନ୍ତ ଚରଣ ସାହୁ ଓ ବିଶ୍ୱଜିତ ହୋତା।

ଗତକାଲି ରାତିରେ ଉଭୟ ଅନନ୍ତ ଓ ବିଶ୍ୱଜିତ ଡ୍ୟୁଟିରେ ଥିବା ବେଳେ ହଠାତ ବ୍ରାହ୍ମଣୀରେ ପାଣି ମାଡିଆସିଥିଲା। ଫଳରେ ଉଭୟେ ସେଠାରେ ଫସି ରହିଥିଲେ। ଆଜି ସକାଳୁ ଗାଁ ଲୋକେ ଢେଙ୍କାନାଳ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଉଭୟ ଯୁବକଙ୍କୁ ଉଦ୍ଧାର କରିଛନ୍ତି। ଏବେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି।

ଅଗ୍ନିଶମ କର୍ମଚାରୀ, ଆଜି ସକାଳେ ନୂଆପଡ଼ା ଗାଁର ୨ ଯୁବକ ଟାପୁରେ ଫସିଥିବା ଫୋନ୍‌ ଆସିଥିଲା। ଏହାପରେ ତୁରନ୍ତ ବୋଟ ଯୋଗେ ଉକ୍ତ ସ୍ଥାନକୁ ଯାଇ ସେମାନଙ୍କୁ ଉଦ୍ଧାର କରିଛୁ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/U9hWTKL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages