ସୁନ୍ଦରଗଡ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ପୁଣି ଦୁର୍ଘଟଣା ଘଟିଛି। ଏକ ଲୁହା ବୋଝେଇ ଟ୍ରକ୍ ଘାଟିକୁ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଗାଡ଼ି ଡ୍ରାଇଭର ବୋଲି ଜଣାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଟ୍ରକ୍ଟି ଲୁହା ବୋଝେଇ କରି କୋଇଡ଼ାରୁ ଛତିଶଗଡ଼ ଅଭିମୁଖେ ଯାଉଥିଲା। ଏହି ସମୟରେ ଘାଟିରେ ଟ୍ରକ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟିଥିବା ନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ କ୍ୟାବିନକୁ କାଟି ଡ୍ରାଇଭରଙ୍କ ମୃତଦେହ ବାହାର କରିଥିଲେ। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ।
ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ମଧ୍ୟ କୋଇଡ଼ାର ଚୁନାଘାଟିରେ ଏକ ଲୁହା ବୋଝେଇ ଟ୍ରକ୍ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ଜଣ ଗୁରୁତର ଆହତ ହୋଇଥିଲେ। ଟ୍ରକ୍ଟି ଲୁହାପଥର ବୋଝେଇ କରି କୋଇଡ଼ାରୁ ଛତିଶଗଡ଼ରର ରାଇଘର ଅଭିମୁଖେ ଯାଉଥିଲା ସମୟରେ ଚୁନାଘାଟିରେ ଟ୍ରକ୍ଟି ଭାରସାମ୍ୟ ହରାଇ ଘାଟିକୁ ଓଲଟି ପଡ଼ିଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/5GBhCYD
No comments:
Post a Comment