ଟଙ୍କାର ଲୋଭ ଦେଖାଇ ଅନଲାଇନ୍ରେ ଭାରତୀୟ ଶିଶୁଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ସଂଗ୍ରହ କରୁଥିଲେ। ଏହାପରେ ତାହାକୁ ନିଜ ପର୍ଣ୍ଣ ୱେବସାଇଟ୍ରେ ଅପଲୋଡ଼ କରି ମାଲେମାଲ ହେଉଥିଲେ। ଦୀର୍ଘ ବର୍ଷ ହେଲା ଏପରି ଘୃଣ୍ୟ କାମ କରୁଥିବା ଲଣ୍ଡନର ଜଣେ ଶିକ୍ଷକଙ୍କୁ ବାନ୍ଧିଛି ପୁଲିସ୍ । ଏହି ମାମଲାରେ ତାଙ୍କୁ ୧୨ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଏପରି କଳଙ୍କିତ ଶିକ୍ଷକଜଣକ ହେଉଛନ୍ତି ୩୫ ବର୍ଷୀୟ ମ୍ୟାଥିଉ ସ୍ମିଥ୍ ।
ଛୋଟ ଛୋଟ ଛୁଆଙ୍କୁ ପ୍ରଲୋଭନ ଦେଖାଇ ସେମାନଙ୍କ ପର୍ଣ୍ଣ ଭିଡିଓ କରି ଏହାକୁ ୱେବସାଇଟ୍ରେ ଅପଲୋଡ କରୁଥିବା ମ୍ୟାଥିଉ ସ୍ମିଥ୍ଙ୍କୁ ଗତବର୍ଷ ନଭେମ୍ବରରେ ଲଣ୍ଡନର ନ୍ୟାସନାଲ କ୍ରାଇମ ଏଜେନ୍ସି (NCA) ବାନ୍ଧିଥିଲା। ଏହାପରଠୁ ସେ ଜେଲ୍ରେ ଥିବା ବେଳେ ଏବେ ତାଙ୍କୁ ଦଣ୍ଡାଦେଶ ଶୁଣାଣି ହୋଇଛି।
ସ୍ମିଥ୍ଙ୍କ ଘର ଉପରେ (NCA) ଟିମ୍ ଚଢ଼ାଉ କରିବା ସମୟରେ ସେ ଅନଲାଇନ୍ ଥିଲେ। ଉକ୍ତ ସମୟରେ ସେ ଜଣେ ଭାରତୀୟ ବାଳକଙ୍କୁ ପ୍ରଲୋଭନ ଦେଖାଇ ଛୋଟ ପିଲାଙ୍କ ଆପତ୍ତିଜନକ ଫଟୋ ପଠାଇବାକୁ ପ୍ରଲୋଭିତ କରୁଥିଲେ।
ସ୍ମିଥ୍ ଅନଲାଇନ୍ ଜରିଆରେ ଭାରତ ତଥା ଅନ୍ୟ ବହୁ ଦେଶର ନାବାଳକମାନଙ୍କୁ ନିଜ ଟାର୍ଗେଟ କରୁଥିଲା। କାରଣ ସେମାନେ ଲଜ୍ଜାରେ ନିଜ ପରିବାର ଲୋକଙ୍କ ନିକଟରେ ଏହାକୁ ପରିପ୍ରକାଶ କରିପାରିବେ ନାହିଁ। ଏହାର ଫାଇଦା ଉଠାଇ ସ୍ମିଥ୍ ସେମାନଙ୍କ ଭିଡିଓ ଓ ଫଟୋ ସଂଗ୍ରହ କରି ପ୍ରବଳ ଅର୍ଥ ରୋଜଗାର କରୁଥିଲା ।
ସ୍ମିଥ୍ ୨୦୦୭ରୁ ୨୦୧୪ ମସିହା ମଧ୍ୟରେ ଭାରତର ବହୁ ଅନାଥାଶ୍ରମ ଓ ଏନଜିଓରେ କାମ କରୁଥିଲେ। ଏହାପରେ ସେ ନେପାଳରେ ବି ଏକ ସ୍କୁଲରେ ଚାକିରି କରିଥିଲେ। ଭାରତରେ କାମ କରୁଥିବା ସମୟରେ ସେ ଛୋଟ ପିଲାଙ୍କ ସହ ବନ୍ଧୁତା କରି ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇ ସେମାନଙ୍କୁ ନିଜ ଜାଲରେ ଫସାଉଥିଲେ।
ସେ ଗତବର୍ଷ ଲଣ୍ଡନ ଫେରି ଯାଇଥିବା ବେଳେ ସେଠାରେ ଗତ ସେପ୍ଟେମ୍ବରରେ ଏକ ପ୍ରାଇମେରୀ ସ୍କୁଲରେ ଶିକ୍ଷକ ଭାବେ କାମ କଲେ। ସେଠାରେ ଥିବା ବେଳେ ସେ ଏକ ଅନଲାଇନ୍ ବିଜ୍ଞାପନ ପୋଷ୍ଟ କରି ନିଜକୁ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବୋଲି କହିଥିବା ବେଳେ ଶିଶୁ ଯତ୍ନ ନେବାରେ ସାହାଯ୍ୟ କରିପାରିବେ ବୋଲି ବି ଉଲ୍ଲେଖ କରିଥିଲେ। ଏପରି କରି ସେ ବହୁ ପିଲାଙ୍କୁ ନିଜ ଜାଲରେ ଫସାଇ ପାରୁଥିଲେ।
ସେ ମୁଖ୍ୟତଃ ଭାରତୀୟ ଶିଶୁଙ୍କୁ ନିଜ ଜାଲରେ ଫସାଇ ଏପରି ଘୃଣ୍ୟ କାମ କରାଉଥିଲେ। ଏହା ଗୋଟିଏ ମାମଲା ନୁହେଁ, ଏହା ପୂର୍ବରୁ ବି ସେ ଏପରି ୧୭ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/TdnfkCe
No comments:
Post a Comment